ବଲାଙ୍ଗିର:ବଲାଙ୍ଗିରରେ ଅନରକିଲିଂ ଅଭିଯୋଗ। ବଲାଙ୍ଗିର ରେଳଷ୍ଟେସନ ନିକଟରେ ଥିବା ମାଲଗୋଦାମପଡାରେ ନିଜ ନାବାଳିକା ଝିଅର ତଂଟି ଚିପି ବାପା ହତ୍ୟା କରିଥିବା ଅଭିଯୋଗ ହୋଇଛିି । ବଲାଙ୍ଗିର ପାଟଣାଗଡର କୈଳାଶ ତାଳ, ଦାଦନ ଖଟି ପରିବାର ଚଳାଇ ଆସୁଥିଲେ । ତେବେ ତାଙ୍କ ନାବାଳିକା ଝିଅ ଅନ୍ୟ ଜାତିର ପୁଅକୁ ଭଲ ପାଉଥିବାରୁ ଏହାକୁ ବିରୋଧ କରିଆସୁଥିଲେ କୈଳାଶ ।
କିଛି ଦିନ ତଳେ ତାଙ୍କ ଝିଅ ସେହି ପୁଅ ସହ ଚାଲିଯାଇଥିବାବେଳେ ଗତକାଲି ଗାଁକୁ ଫେରିଥିଲା । ଏହି ଖବର ପାଇ କୈଳାଶ ନିଜ ଝିଅର ତଂଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ କୈଳାଶ ଫେରାର ହୋଇଯାଇଛି । ଜିଆରପି ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/05/Screen-shot-2016-05-25-at-8.58.04-AM.png)