କନକ ବ୍ୟୁରୋ : ବଲାଙ୍ଗିର ଲୋଇସିଙ୍ଗାରେ ଅଘଟଣ । ସ୍ଥାନୀୟ ବୁରଡା ଗାଁରେ ବାଉଁଶ ବୁଦା ଉପୁଡି ଜଣେ ମୃତ, ୪ ଗୁରୁତର । ଗତକାଲି ଅପରାହ୍ନରେ ବୁରଡା ଗାଁର ୩ ଜଣ ମହିଲା ୨ ଜଣ ପୁରୁଷ ବିଲକୁ କାମ ପାଇଁ ଯାଇଥିଲେ । ପ୍ରବଳ ପବନ ଓ ବର୍ଷା ହେବାରୁ ସେମାନେ ପାଖରେ ଥିବା ଏକ ଗୁହାଳରେ ଆଶ୍ରୟ ନେବା ପାଇଁ ବସିଥିଲେ । ଏହି ସମୟରେ ପାଖରେ ଥିବା ବାଉଁଶ ବୁଦା ଉପୁଡି ଘର ଉପରେ ପଡିଯାଇଥିଲା ।
ଫଳରେ ଜଣକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଲା ଏବଂ ୪ ଜଣ ଗୁରୁତର ଆହତ ହୋଇଥିଲେ । ମୃତକ ଜଣକ ହେଲେ ଶାନ୍ତି ମହାକୁର । ଗୁରୁତରଙ୍କୁ ବଲାଙ୍ଗିର ମେଡିକାଲରେ ଭର୍ତି କରାଯାଇଛି । ସେପଟେ କଂଟାବାଂଜିରେ ମଧ୍ୟ ପ୍ରବଳ ଝଡ ବର୍ଷା ହୋଇଛି । ଫଳରେ ବହୁ ଗଛ ଡାଳ ଭାଙ୍ଗି ରାସ୍ତାରେ ପଡିଥିବା ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/12_03_2018-murder-deadbody.jpg)