ବାକି ରହିଗଲା ଜଗା ଦର୍ଶନ ! ଗାଡି ଦୁର୍ଘଟଣାରେ ଚାଲିଗଲା ୨ ଜଣଙ୍କ ଜୀବନ

415

କନକ ବ୍ୟୁରୋ : ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା । ସୀତାମାଇଲ ନିକଟରେ ଟ୍ରକକୁ ପଛ ପଟୁ ବଲେରୋ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି  । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି ।  ଗୁରୁତରଙ୍କ ଭୀମଭୋଇ ମେଡିକାଲରେ ଭର୍ତି କରାଯାଇଛି ।

ପାଟଣାଗଡରୁ ବଲେରୋରେ ପୁରୀ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଥିଲେ । କୁହୁଡି ପାଇଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି  ।