ଦୁଷ୍କର୍ମ ଅଭିଯୋଗରେ ନିଲମ୍ବନ ହେଲେ ପୁରୀ ବଳଙ୍ଗା ଏଏସଆଇ । ସେପଟେ ବଦଳିଲା ପୀଡିତାଙ୍କ ସ୍ୱର, ବୟାନ ରେକର୍ଡ ବେଳେ କହିଲେ ତାଙ୍କ ସହ ହୋଇନି ଦୁଷ୍କର୍ମ

ପୁରୀ ଏସପି ଉମାଶଙ୍କର ଦାଶ ଦେଲେ ସୂଚନା

517

କନକ ବ୍ୟୁରୋ: ପୁରୀ ବଳଙ୍ଗା ଦୁଷ୍କର୍ମ ମାମଲାରେ ଏଏସଆଇ ଚିତରଞ୍ଜନ ଦାସଙ୍କୁ ନିଲମ୍ବନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ଅରୁଣ ଜେନା । ସେପଟେ ଏହି ଘଟଣାରେ ଆସିଛି ନୂଆ ମୋଡ । କାରଣ ବୟାନ ବଦଳାଇଛନ୍ତି ଦୁଷ୍କର୍ମ ପୀଡିତା । ପୀଡିତାଙ୍କ ୧୬୧ ବୟାନ ରେକର୍ଡ ବେଳେ ତାଙ୍କ ସହ ଦୁଷ୍କର୍ମ ହୋଇନଥିବା କହିଛନ୍ତି ବୋଲି ସୂଚନା ଦେଇଛନ୍ତି ପୁରୀ ଏସପି ଉମାଶଙ୍କର ଦାଶ । ଘରୋଇ କଳହକୁ ନେଇ ହୋଇଥିବା ଏକ ମାମଲାର ସମାଧନ ପାଇଁ ଥାନାକୁ ଆସିଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା ।

ପୁରୀ ବଳଙ୍ଗା ଏଏସଆଇ ଚିତରଞ୍ଜନ ଦାସ୍ ନିଜ ବାସଭବନକୁ ଡାକି ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଥିଲା । ଏନେଇ ମହିଳା ଜଣଙ୍କ ପିପିଲି ଏସଡିପିଓଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହା ସହିତ ମହିଳା ଜଣଙ୍କୁ ସେ ବାରମ୍ବାର ମାନସିକ ଓ ଶାରିରୀକ ଭାବେ ନିର୍ଯାତନା ଦେଇ ଆସୁଥିବା ବି କହିଥିଲେ । ହେଲେ ୨୪ ଘଂଟା ଭିତରେ ବୟାନ ବଦଳାଇ ଦେଇଛନ୍ତି ପୀଡିତା । ପୁରୀ ଏସପିଙ୍କ ସୂଚନା ସାମ୍ନାକୁ ଆସିବା ପରେ ପୁରା ଘଟଣାରେ ନୂଆ ମୋଡ ଆସିଛି ।

ଆଉ ପ୍ରଶ୍ନ ଉଠୁଛି, ଯଦି ଦୁଷ୍କର୍ମ ହୋଇନଥିବା ପୀଡିତା କହିଛନ୍ତି, ତାହେଲେ କେଉଁ ଆଧାରରେ ଏଏସଆଇ ଚିତରଞ୍ଜନ ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲା । ତାଙ୍କୁ ଗିରଫ କରାଯିବା ପରେ ପଦରୁ ନିଲମ୍ବନ କରଗଲା କାହିଁକି ।  ଗୋଟିଏ ପଟେ ଅତିରିକ୍ତ ଏସପି ଅଭିଯୁକ୍ତ ଏଏସଆଇଙ୍କୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ଦେଉଥିବା ବେଳେ  ପୀଡିତା ଦୁଷ୍କର୍ମ ହୋଇନାହିଁ ବୋଲି ଏସପି କହିବା ବିରାଟ ଦ୍ୱନ୍ଦ ସୃଷ୍ଟି କରିଛି ।

Comments are closed.