କନକ ବ୍ୟୁରୋ : ବାଲାକୋଟ୍ ଏୟାରଷ୍ଟ୍ରାଇକକୁ ପୂରିଛି ଏକ ବର୍ଷ । ୨୦୧୯ ଆଜିର ଦିନରେ ଭାରତ ଇତିହାସରେ ଯୋଡି ହୋଇଯାଇଥିଲା ଆଉ ଏକ ନୂଆ ଅଧ୍ୟାୟ । ଶତ୍ରୁ ମାଟିରେ ପଶି ଆତଙ୍କୀ ଶିବିରକୁ ଉଡାଇଦେଇଥିଲା ଭାରତୀୟ ବାୟୁସେନା । ପୁଲୱାମା ଆକ୍ରମଣର ଜବାବ ଦେବାକୁ ଯାଇ ପାକିସ୍ତାନରେ ଜୋରଦାର ହମଲା କରିଥିଲା ଭାରତ ।

Advertisment

publive-imageତାରିଖ – ଫେବୃଆରୀ ୨୬ । ସମୟ – ଭୋର ୩ଟା ୩୦ । ପୁଲୱାମାରେ ହୋଇଥିବା ଆତଙ୍କୀ ଆକ୍ରମଣର ବଦଲା ନେବା ପାଇଁ ବାଲାକୋଟରେ ଏୟାରଷ୍ଟ୍ରାଇକ୍ କରିଥିଲା ଭାରତ । ପାକିସ୍ତାନ ସୀମାରେ ପଶି ଭାରତୀୟ ବାୟୁସେନା କରିଥିବା ବାଲାକୋଟ ଏୟାର ଷ୍ଟ୍ରାଇକ୍ ଅପରେସନର ଅବଧି ଥିଲା ମାତ୍ର ୯୦ ସେକେଣ୍ଡ । ମାତ୍ର ୯୦ ସେକେଣ୍ଡ ମଧ୍ୟରେ ବାଲାକୋଟ ସ୍ଥିତ ଜୈସ୍-ଇ-ମହମ୍ମଦର ଟ୍ରେନିଂ କ୍ୟାମ୍ପ ଉପରେ ମିରାଜ ୨୦୦୦ ଲଢ଼ୁଆ ବିମାନର ପାଇଲଟମାନେ ଲେଜର ଗାଇଡେଡ୍ ସ୍ପାଇସ୍ ବୋମା ନିକ୍ଷେପ କରି ମିଶନ ପୂରା କରିବା ସହ ନିଜ ଦେଶ ମଧ୍ୟକୁ ନିରାପଦରେ ପ୍ରତ୍ୟାବର୍ତ୍ତନ କରି ଆସିଥିଲେ।

publive-image୨୬ ଫେବ୍ରୁଆରିରେ ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ଏହି ଅପରେସନ୍ ପାଇଁ ବ୍ୟାପକ ପ୍ରସ୍ତୁତି କରାଯିବା ସହ ଏହାକୁ ଅତ୍ୟନ୍ତ ଗୋପନୀୟ କରି ରଖା ଯାଇଥିଲା । ଅପରେସନର ନିର୍ଦ୍ଦିଷ୍ଟ ତାରିଖ ଓ ସମୟ ସଂପର୍କରେ କାହାରି ନିକଟରେ କୌଣସି ପ୍ରକାରର ସାମାନ୍ୟତମ ସୂଚନା ସୁଦ୍ଧା ନଥିଲା ।

୨୬ ଫେବ୍ରୁଆରିର ବିଳମ୍ବିତ ରାତ୍ରିରେ ଦେଶର ଆଭ୍ୟନ୍ତରରେ ଥିବା ବାୟୁସେନାର ଭିନ୍ନ ଭିନ୍ନ ଏକାଧିକ ଏୟାର ବେସରୁ ୧୨ଟି ମିରାଜ୍ ୨୦୦୦ ବିମାନ ଶ୍ରୀନଗର ଅଭିମୁଖେ ଉଡ଼ାଣ ଭରିଥିଲେ । ସର୍ଟକର୍ଟ ଉଡ଼ାଣ ନଭରି ଲମ୍ବା ଉଡ଼ାଣ ଭରି ମିରାଜ୍ ୨୦୦୦ ସବୁ ଯାଇ ପହଞ୍ଚିଥିଲା ଶ୍ରୀନଗରରେ । ଏହି ଅପରେସନର ସାଙ୍କେତିକ ଶବ୍ଦ ରଖା ଯାଇଥିଲା ‘ବନ୍ଦର’ । ଶ୍ରୀନଗରରେ ପହଞ୍ଚିବା ପରେ ସମସ୍ତ ବିମାନର ରେଡିଓ ସିଗନାଲ କନେକ୍ଟିଭିଟିକୁ ବନ୍ଦ କରି ଦିଆ ଯାଇଥିଲା । ପରେ ସମସ୍ତ ମିରାଜ୍ ୨୦୦୦ ବିମାନ ଏକକାଳୀନ ଭାବେ ସୀମା ଅତିକ୍ରମ କରି ପାକିସ୍ତାନର ଖାଇବର୍ ପୋଖତନଓ୍ଵା ପ୍ରୋଭିନ୍ସର ବାଲାକୋଟ୍ ସହର ଅଭିମୁଖେ ଅଗ୍ରସର ହୋଇଥିଲା ।

publive-imageପରେ ଠିକ୍ ୩ଟା ୩୦ ମିନିଟରେ ବାଲକୋଟ ସ୍ଥିତ ଜୈସ୍-ଇ- ମହମ୍ମଦର ଟ୍ରେନିଂ କ୍ୟାମ୍ପ ଉପରେ ବାୟୁସେନାର ସ୍କାର୍ଡନ୍ ନମ୍ବର ୭ ଓ ସ୍କାର୍ଡନ୍ ନମ୍ବର ୯ର ଦୁଇଟି ମିରାଜ ୨୦୦୦ ଲଢ଼ୁଆ ବିମାନର ପାଇଲଟମାନେ ଲେଜର ଗାଇଡେଡ୍ ସ୍ପାଇସ୍ ବୋମା ନିକ୍ଷେପ କରି ଜୈସ୍ କ୍ୟାମ୍ପକୁ ଧ୍ୱଂସ କରିବା ସହ ମିଶନ ପୂରା କରି ନିଜ ଦେଶର ସୀମା ମଧ୍ୟକୁ ନିରାପଦରେ ପ୍ରତ୍ୟାବର୍ତ୍ତନ କରି ଆସିଥିଲେ। ଆଉ ଏହି ଅପରେସନକୁ ପୂରା କରିବାକୁ ଭାରତୀୟ ବାୟୁସେନାକୁ ଲାଗିଥିଲା ମାତ୍ର ୯୦ ସେକେଣ୍ଡ।