କନକ ବ୍ୟୁରୋ : ବାହାହେଉଥିଲେ ସ୍ୱାମୀ । ଦୁଇ ଝିଅ ସହ ପହଂଚିଗଲେ ସ୍ତ୍ରୀ । ବିବାହ ବେଦୀରେ ହାଇଭୋଲଟେଜ ଡ୍ରାମା । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଉପକଣ୍ଠ ବାଳକାଟି ଅଂଚଳରେ । ସ୍ଥାନୀୟ ଦୁଲ୍ଲା ଦେବୀ ମନ୍ଦିରରେ ଲୁଚିକି ବାହାହେଉଥିବା ସମୟରେ ପହଂଚିଗଲେ ସ୍ତ୍ରୀ । ବେଦୀରେ ସ୍ୱାମୀଙ୍କୁ ଉତମ ମଧ୍ୟମ ଦେବା ସହ ପୁଲିସକୁ ଜିମା ଦେଇଛନ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ । ସୂଚନା ଅନୁସାରେ ଜଙ୍କିଆ ଥାନା ଚନ୍ଦ୍ରମା ପାଟପୁର ଗାଁର ଯୋଗେଶ ହାତୀ ଏରଶମା ଅଂଚଳରେ ବିବାହ କରିଥିଲେ । ବାହାଘର କିଛି ବର୍ଷ ଯାଏ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା । ଦୁଇଟି ଝିଅର ବାପା ହେବା ସହ ଯୋଗେଶଙ୍କ ପରିବାର ଖୁସିରେ ଚାଲିଥିଲା । ହେଲେ କିଛି ମାସ ୍େରହବ ଯୋଗେଶ ଆଉ ଜଣେ ଯୁବତୀଙ୍କ ଭଲପାଇ ବସିଥିଲେ । ଯାହାକୁ ନେଇ ପରିବାର ମଧ୍ୟରେ ଫାଟ ସୃ୍େଟି ହୋଇଥିଲା । ଯୋଗେଶ ଆଜି ବାଳକାଟି ମନ୍ଦିରରେ ବାହାହେଉଥିବା ବେଳେ କୌଣସି ମତେ ଜାଣିପାରିଥିଲେ ତାଙ୍କ ସ୍ତ୍ରୀ । ସ୍ତ୍ରୀ ବିବାହା ବେଦୀରେ ପହଂଚିବା ପରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥିତିକୁ ଦେଖି ସ୍ଥାନୀୟ ବାସିନ୍ଦା ପୁଲିସକୁ ଖବର ଦେଇଥିଲେ
ସ୍ୱାମୀଙ୍କର ହେଉଥିଲା ବାହାଘର, ଖବର ପାଇ ପହଂଚିଗଲେ ସ୍ତ୍ରୀ । ଜାଣନ୍ତୁ ତା ପରର ଘଟଣା
/kanak/media/post_attachments/wp-content/uploads/2023/12/22-8.jpg)