ଶ୍ରୀମନ୍ଦିରରୁ ଆସି ଶରଧାବାଲିରେ ପହଞ୍ଚିଲା ତାଳଧ୍ବଜ । ସେପଟେ ବଡଦାଣ୍ଡରେ ଏବେ ବି ଆଗେଇ ଚାଲିଛି ଦେବଦଳନ ଓ ନନ୍ଦିଘୋଷ ।

106

କନକ ବ୍ୟୁରୋ: ଆଜି ଭକ୍ତବିନା କୋଭିଡ୍ କଟକଣାରେ ପୁରୀରେ ପାଳିତ ହେଉଛି ରଥଯାତ୍ରା । ଆଉ ଏହାରି ଭିତରେ ଏବେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଶ୍ରୀମନ୍ଦିରରୁ ଆସି ଶରଧାବାଲିରେ ପହଞ୍ଚିସାରିଛି । ସେବାୟତମାନେ ରଥକୁ ଟାଣି ଟାଣି ଆଣି ଶରଧାବାଲିରେ ପହଞ୍ଚାଇ ଦେଇଛନ୍ତି । ତେବେ ଏବେ ବି ବଡଦାଣ୍ଡରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶରଧାବାଲି ଅଭିମୁଖେ ଗତି କରୁଛି ।

ଆଜି ଗଜପତିଙ୍କ ଛେରାପହଁରା ପରେ ସେବାୟତମାନେ ମହାପ୍ରଭୁଙ୍କର ରଥଟାଣିବା ଆରମ୍ଭ କରିଥିଲେ । ପ୍ରଥମେ ବଡଭାଇ ବଳଭଦ୍ରଙ୍କ ରଥ, ପରେ ଦେବୀ ସୁଭଦ୍ରା ଓ ପରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଘର ଘର ନାଦ କରି ବଡଦାଣ୍ଡରେ ଆଗେଇଥିଲା । ତେବେ ଧାର୍ଯ୍ୟ ସମୟଠାରୁ ବହୁ ସମୟ ଥାଇ ଏବେ ଶରଧାବାଲିରେ ତାଳଧ୍ୱଜ ରଥ ପହଞ୍ଚିସାରିଛି ।