କନକ ବ୍ୟୁରୋ: ଆଜି ଭକ୍ତବିନା କୋଭିଡ୍ କଟକଣାରେ ପୁରୀରେ ପାଳିତ ହେଉଛି ରଥଯାତ୍ରା । ଆଉ ଏହାରି ଭିତରେ ଏବେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଶ୍ରୀମନ୍ଦିରରୁ ଆସି ଶରଧାବାଲିରେ ପହଞ୍ଚିସାରିଛି । ସେବାୟତମାନେ ରଥକୁ ଟାଣି ଟାଣି ଆଣି ଶରଧାବାଲିରେ ପହଞ୍ଚାଇ ଦେଇଛନ୍ତି । ତେବେ ଏବେ ବି ବଡଦାଣ୍ଡରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶରଧାବାଲି ଅଭିମୁଖେ ଗତି କରୁଛି ।
ଆଜି ଗଜପତିଙ୍କ ଛେରାପହଁରା ପରେ ସେବାୟତମାନେ ମହାପ୍ରଭୁଙ୍କର ରଥଟାଣିବା ଆରମ୍ଭ କରିଥିଲେ । ପ୍ରଥମେ ବଡଭାଇ ବଳଭଦ୍ରଙ୍କ ରଥ, ପରେ ଦେବୀ ସୁଭଦ୍ରା ଓ ପରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଘର ଘର ନାଦ କରି ବଡଦାଣ୍ଡରେ ଆଗେଇଥିଲା । ତେବେ ଧାର୍ଯ୍ୟ ସମୟଠାରୁ ବହୁ ସମୟ ଥାଇ ଏବେ ଶରଧାବାଲିରେ ତାଳଧ୍ୱଜ ରଥ ପହଞ୍ଚିସାରିଛି ।
ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଶରଧାବାଲିରେ ପହଞ୍ଚି ସାରିଛି। ମା ଦେବୀ ସୁଭଦ୍ରାଙ୍କ ଦେବଦଳନ ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଡଦାଣ୍ଡରେ ଆଗେଇ ଚାଲିଛି। #ରଥଯାତ୍ରା୨୦୨୧pic.twitter.com/4jx5Kt1ab8
— I & PR Department, Odisha (@IPR_Odisha) July 12, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/07/4-14.jpg)