କନକବ୍ୟୁରୋ : ଆଡ଼ପ ପହଣ୍ଡି ବେଳେ ଚାରମାଳ ଉପରେ ପଡ଼ିଗଲେ ଶ୍ରୀବଳଭଦ୍ର। କାହିଁକି ହେଲା ଏତେ ବଡ଼ ବିଭ୍ରାଟ? ଏହି ବିଭ୍ରାଟ ପାଇଁ ଦାୟୀ କିଏ? ଏହାର କାରଣ ଖୋଜିବା ଆରମ୍ଭ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ତିନି ଜଣିଆ କମିଟି ଏହି ମହାବିଭ୍ରାଟ ଘଟଣାର ତଦନ୍ତ କରିବ। କମିଟିରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ରହିଛନ୍ତି।  ହେଲେଏବେ ତଦନ୍ତ କମିଟିକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି। ତଦନ୍ତ କମିଟିକୁ ନେଇ ଜଗନ୍ନାଥପ୍ରେମୀ ପ୍ରଶ୍ନ ଉଠାଇଛନ୍ତି। ରଥରେ ମାତ୍ରାଧିକ ସେବକ ଚଢିବାରେ ପ୍ରଶାସନର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା। ପହଣ୍ଡି ବେଳେ ମତ୍ରାଧିକ ସେବାୟତ ଉଠିବା ବେଳେ ଆଖି ବୁଜି ଦେଇଥିଲେ ଅଧିକାରୀ। ଏବେ ସେମାନେ କିପରି ତଦନ୍ତ କରିବେ ତାକୁ ନେଇ ପ୍ରଶ୍ନ ଉଠିଛି।
ନ୍ୟାୟ ମାଗୁଛନ୍ତି ଜଗନ୍ନାଥପ୍ରେମୀ

Advertisment

- ଚାରମାଳ ଉପରେ ବଡ଼ଠାକୁର ପଡ଼ିଯିବାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ
- କାହିଁକି ହେଲା ଏତେ ବଡ଼ ବିଭ୍ରାଟ କାରଣ ଖୋଜିବ କମିଟି
- ତଦନ୍ତ ପାଇଁ ଗଠନ ହୋଇଛି ତିନି ଜଣିଆ କମିଟି
- କମିଟିରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ
- ତଦନ୍ତ କମିଟିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜଗନ୍ନାଥପ୍ରେମୀ

- ତଦନ୍ତର ସ୍ବଚ୍ଛତାକୁ ନେଇ ବି ଉଠିଲାଣି ପ୍ରଶ୍ନ
- ରଥରେ ମାତ୍ରାଧିକ ସେବକ ଚଢିବାରେ ପ୍ରଶାସନର ଭୂମିକା ଗୁରୁତ୍ବପୂର୍ଣ୍ଣ
- ପହଣ୍ଡି ବେଳେ ମତ୍ରାଧିକ ସେବାୟତ ଉଠିବା ବେଳେ ଆଖି ବୁଜି ଦେଇଥିଲେ ଅଧିକାରୀ
- ବିଭ୍ରାଟ ଘଟଣାର ଏମାନେ କିପରି କରିବେ ତଦନ୍ତ ପ୍ରଶ୍ନ ଉଠାଉଛନ୍ତି ଜଗନ୍ନାଥପ୍ରେମୀ
- ନିୟମ ଅନୁସାରେ ୪୦ ଜଣ ସେବକ ପହଣ୍ଡି ବେଳେ ରଥ ଉପରେ ରହିବା କଥା
- ମାତ୍ରାଧିକ ସେବକ ରହିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ଦଇତାପତି
- ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କଲେଣି ଦଇତାପତି
- ବିଭ୍ରାଟ ଘଟଣାକୁ ନେଇ ଗଜପତି ମହାରାଜା ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି
- ପୂର୍ବରୁ ଏପରି ଘଟଣା କେବେ ଦେଖିନଥିବା କହିଛନ୍ତି ଗଜପତି ମହାରାଜା