ବଜରଙ୍ଗବଲିଙ୍କ ଆଶୀର୍ବାଦ ନେଲେ, ପ୍ରଚାର ଆରମ୍ଭ କଲେ ବଳଭଦ୍ର ମାଝି । ୭ ଦିନ ଯାଏଁ କରିବେ ପ୍ରଚାର ।

Advertisment
ବଜରଙ୍ଗବଲିଙ୍କ ଆଶୀର୍ବାଦ ନେଲେ, ପ୍ରଚାର ଆରମ୍ଭ କଲେ ବଳଭଦ୍ର ମାଝି । ୭ ଦିନ ଯାଏଁ କରିବେ ପ୍ରଚାର ।

କନକ ବ୍ୟୁରୋ: ବଜରଙ୍ଗବଲିଙ୍କ ପୂଜାର୍ଚ୍ଚନା କରି ମାଲକାନଗିରିରୁ ପ୍ରଚାର ଆରମ୍ଭ କରିଛନ୍ତି ନବରଙ୍ଗପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ବଳଭଦ୍ର ମାଝୀ । ମାଲକାନଗିରି ସହରରେ ଏକ ଶୋଭାଯାତ୍ରା କରି ଭୋଟରଙ୍କ ସହ ବଳଭଦ୍ର ମାଝୀ ଆଲୋଚନା କରି ଥିବା ବେଳେ ଆଗାମୀ ୭ ଦିନ ଯାଏଁ ଜିଲ୍ଲାର ସମସ୍ତ ୭ଟି ବ୍ଲକରେ ପ୍ରଚାର କରିବେ ।

୨୦୧୪ରୁ ୨୦୧୯ ଯାଏଁ ବଳଭଦ୍ର ମାଝୀ ରେଲୱେ ଚାକିରି ଛାଡି ବିଜେଡି ଟିକଟରୁ ନବରଙ୍ଗପୁର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ରେ ବଳଭଦ୍ରଙ୍କୁ ବିଜେଡି ଟିକଟ ନମିଳିବାରୁ ସେ ବିଜେପିରୁ ନିର୍ବାଚନ ଲଢି ପରାଜିତ ହୋଇ ଥିଲେ । ତେବେ ଏଥର ବିଜେଡି ଗଡ଼ରେ ଗେରୁଆ ବାନା ଉଡାଇ ମୋଦୀଙ୍କ ୪୦୦ ପାର ଲକ୍ଷ୍ୟ ପୂରଣ କରିବେ ବୋଲି କନକ ନ୍ୟୁଜକୁ ସୁଚନା ଦେଇଛନ୍ତି ବଳଭଦ୍ର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe