କନକ ବ୍ୟୁରୋ: ବଜରଙ୍ଗବଲିଙ୍କ ପୂଜାର୍ଚ୍ଚନା କରି ମାଲକାନଗିରିରୁ ପ୍ରଚାର ଆରମ୍ଭ କରିଛନ୍ତି ନବରଙ୍ଗପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ବଳଭଦ୍ର ମାଝୀ । ମାଲକାନଗିରି ସହରରେ ଏକ ଶୋଭାଯାତ୍ରା କରି ଭୋଟରଙ୍କ ସହ ବଳଭଦ୍ର ମାଝୀ ଆଲୋଚନା କରି ଥିବା ବେଳେ ଆଗାମୀ ୭ ଦିନ ଯାଏଁ ଜିଲ୍ଲାର ସମସ୍ତ ୭ଟି ବ୍ଲକରେ ପ୍ରଚାର କରିବେ ।
୨୦୧୪ରୁ ୨୦୧୯ ଯାଏଁ ବଳଭଦ୍ର ମାଝୀ ରେଲୱେ ଚାକିରି ଛାଡି ବିଜେଡି ଟିକଟରୁ ନବରଙ୍ଗପୁର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ରେ ବଳଭଦ୍ରଙ୍କୁ ବିଜେଡି ଟିକଟ ନମିଳିବାରୁ ସେ ବିଜେପିରୁ ନିର୍ବାଚନ ଲଢି ପରାଜିତ ହୋଇ ଥିଲେ । ତେବେ ଏଥର ବିଜେଡି ଗଡ଼ରେ ଗେରୁଆ ବାନା ଉଡାଇ ମୋଦୀଙ୍କ ୪୦୦ ପାର ଲକ୍ଷ୍ୟ ପୂରଣ କରିବେ ବୋଲି କନକ ନ୍ୟୁଜକୁ ସୁଚନା ଦେଇଛନ୍ତି ବଳଭଦ୍ର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/03/5-30.jpg)