କଂଗ୍ରେସର ପୂର୍ବ ସାଂସଦ ନିଲେଶ ରାଣେ ଦିବଂଗତ ଶିବସେନାର ସୁପ୍ରିମୋ ବାଲ୍ ଠାକରେଙ୍କୁ ନେଇ କହିଥିବା ଗୋଟିଏ କଥା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । ଗୋଟେ ସମୟରେ ବାଲ୍ ଠାକରେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ସୋନୁ ନିଗମଙ୍କୁ ହତ୍ୟା କରିବାର ଯୋଜନା କରୁଥିବା କଥା ନିଲେଶ କହିବା ପରେ ଏହାକୁ ନେଇ ସବୁ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । କେବଳ ଯୋଜନା ନୁହେଁ, ବାଲ୍ ଠାକରେ ଅନେକ ଥର ତାଙ୍କୁ ହତ୍ୟା କରିବାର ଉଦ୍ୟମ କରିଥିଲେ ଏବଂ ଏ ବିଷୟରେ ସୋନୁ ନିଗମଙ୍କୁ ଜଣା ଥିଲା ବୋଲି କହିଛନ୍ତି ନିଲେଶ ।
ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପୂର୍ବ ଶିବସେନା ନେତା ନାରାୟଣ ରାଣେଙ୍କ ପୁଅ ନିଲେଶଙ୍କ କହିବା ଅନୁଯାୟୀ, ବାଲା ସାହେବ୍ ଅନେକ ଥର ସୋନୁଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ । ସୋନୁ ନିଗମ ଏବଂ ବାଲ୍ ଠାକରେଙ୍କ ପରିବାର ମଧ୍ୟରେ କ’ଣ ସଂପର୍କ ରହିଛି ଓ ବାଲ୍ ସାହେବଙ୍କ କରଜତ୍ ଫାର୍ମ ହାଉସ୍ରେ କେତେ ଲୋକ ମୃତ୍ୟୁବରଣ କରିଥିଲେ ଏ ସବୁ ବିଷୟରେ କହିବା ପାଇଁ ଆମକୁ ବାଧ୍ୟ କର ନାହିଁ ବୋଲି ରାଗରେ କହିଥିଲେ ନିଲେଶ । ପୂରା ମାମଲା ନ କହି ଏଭଳି ସଂକ୍ଷପରେ ପୂର୍ବ ଘଟଣା ବିଷୟରେ କହିବା ପରେ ଅନେକଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି । ନିଲେଶଙ୍କ ଏଭଳି ଆରୋପ ପରେ ବିଜେପି-ଶିବସେନା ମଧ୍ୟରେ ଥିବା ଦୂରତା ଆହୁରି ବଢ଼ିପାରେ ବୋଲି ଆଶା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/01/maxresdefault-15.jpg)
/kanak/media/post_attachments/wp-content/uploads/2019/01/photo-2019-01-15-17-24-10-1547553489-300x225.jpg)
/kanak/media/post_attachments/wp-content/uploads/2019/01/778349-thackrey-nilesh-300x169.jpg)