ପିଲା ଦିନରୁ ଆମେ ଜାଣି ଆସିଛେ ଯେ ବାଲଗଙ୍ଗାଧର ତିଲକ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ମାତ୍ର ବର୍ତ୍ତମାନ ସ୍ୱାଧୀନତା ସଂଗ୍ରାମୀ ବାଲ ଗଙ୍ଗାଧର ତିଲକଙ୍କୁ ରାଜସ୍ଥାନରେ ପଢାଯାଉଥିବା ୮ମ ଶ୍ରେଣୀ ବିଜ୍ଞାନ ବହିରେ ‘ଆତଙ୍କର ପିତାମହ’କୁହାଯାଇଛି । ‘ସ୍ୱରାଜ ମୋର ଜନ୍ମସିଦ୍ଧ ଅଧିକାର ଅଟେ..ମୁଁ ଏହାକୁ ନେଇ ରହିବି’ନାରା ଦେଉଥିବା ସ୍ୱତନ୍ତ୍ରତା ସଂଗ୍ରାମୀ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କର ଦେଶରେ ଏକ ଭିନ୍ନ ପରିଚୟ ରହିଆସିଛି । ମାତ୍ର ରାଜସ୍ଥାନ ମାଧ୍ୟମିକ ଶିକ୍ଷା ବୋର୍ଡର ପୁସ୍ତକରେ ଆତଙ୍କର ପିତାମହ ବୋଲି କୁହାଯାଇଛି ।
ରାଜସ୍ଥାନ ରାଜ୍ୟର ଟେକ୍ସ୍ ବୁକ ବୋର୍ଡର ଏହି ପୁସ୍ତକ ହିନ୍ଦୀରେ ପ୍ରକାଶିତ ହୋଇଛି । ଏହି ପୁସ୍ତକ ଇଂରାଜୀ ମିଡିୟମ ପିଲାଙ୍କୁ ପ୍ରଦାନ କରାଯାଇଛି ।

Advertisment

publive-image source: Amarujala

ପୁସ୍ତକର ୨୨ତମ ଅଧ୍ୟାୟ ପେଜ ନମ୍ବର ୨୬୭ରେ ଆପତ୍ତିଜନକ ତଥ୍ୟ ଦିଆଯାଇଛି । ୧୮-୧୯ଶତାଦ୍ଦୀର ରାଷ୍ଟ୍ର ଆନ୍ଦୋଳନର ଘଟଣା ଶୀର୍ଷକରେ ଯୋଡି ହୋଇଥିବା ପାଠରେ କୁହାଯାଇଛି ଯେ ତିଲକ ରାଷ୍ଟ୍ର ଆନ୍ଦୋଳନ ସମୟରେ ଉଗ୍ର ପ୍ରଦର୍ଶନ ପଥ ଆପଣାଇ ଥିଲେ ଏବଂ ଏହି କାରଣରୁ ତାଙ୍କୁ ‘ଆତଙ୍କର ପିତାମହ’କୁହାଯାଇଛି ।

ବାଲ ଗଙ୍ଗାଧରୁ ତିଲକଙ୍କୁ ଆତଙ୍କର ଜନକ କୁହାଯିବା କାରଣରୁ ରାଜସ୍ତାନ ସରକାର ଖୁବ ଉତ୍ୟକ୍ତ ହୋଇ ପଡିଛନ୍ତି । ଆଜମେର ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଠାରୁ ଏହି ପୁସ୍ତକ ଏବଂ ଏଥିରେ ଥିବା ପାଠ ବିଷୟରେ ପଚରାଉଚରା କରାଯିବାରୁ ତାଙ୍କୁ ଏହି ମାମଲାରେ କୌଣସି ତଥ୍ୟ ଜଣା ନାହିଁ ବୋଲି କହିଛନ୍ତି କାରଣ ସେ କିଛି ଦିନ ହେବ ବିଦ୍ୟାଳୟରେ ଯୋଗ ଦେଇଛନ୍ତି । କିନ୍ତୁ ଏହି ବିଷୟରେ ଖୁବ ଶୀଘ୍ର କୌଣସି ସଠିକ ପଦକ୍ଷେପ ନେବେ ବୋଲି କହିଛନ୍ତି ।