କନକ ବ୍ୟୁରୋ : ଟୋକିଓ ଦଙ୍ଗଲରେ ଦମ୍ ଦେଖାଇଲେ ବଜରଙ୍ଗ ପୁନିଆ । ଜବରଦସ୍ତ ବିଜୟ ସହ ସେମିଫାଇନାଲରେ ପହଂଚିଛନ୍ତି ବଜରଙ୍ଗ ପୁନିଆ । ଅପରାହ୍ଣ ସେମିଫାଇନାଲ ମୁକାବିଲା ହେବ । ବଜରଙ୍ଗ ପୁନିଆଙ୍କଠାରୁ ସାରା ଦେଶ ପଦକ ଆଶା ରଖିଛି । ବଜରଙ୍ଗ ପୁନିଆଙ୍କ ପାଖରେ କୁସ୍ତିରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିବାର ସୁଯୋଗ ରହିଛି । ସେମିଫାଇନାଲରେ ସେ ଇରାନ ପ୍ରତିଦ୍ୱନ୍ଦିଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି ।

Advertisment

ପୂର୍ବରୁ ପ୍ରି-କ୍ବାର୍ଟର୍ସରେ ସେ କାଜାଖସ୍ତାନର ଏର୍ଣ୍ଣାର୍‌ ଆକମତାଲିଏଭ୍‌ଙ୍କୁ ପରାସ୍ତ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ପ୍ରଥମାର୍ଦ୍ଧରେ ବଜରଙ୍ଗ ତାଙ୍କ ଠାରୁ ୩-୧ରେ ଅଗ୍ରଣୀ ଥିଲେ । କିନ୍ତୁ, ପ୍ରତିଦ୍ବନ୍ଦ୍ବିତାର ଦ୍ବିତୀୟାର୍ଦ୍ଧରେ ଆକମତାଲିଏଭ୍‌ ବଜରଙ୍ଗଙ୍କୁ ଦୁଇ ଥର ଧକ୍କା ଦେଇ ସ୍କୋର୍‌କୁ ୩-୩କୁ ଆଣିଥିଲେ । ମାତ୍ର, ବଜରଙ୍ଗ ଖେଳର ଅନ୍ତିମ ଆଠ ସେକେଣ୍ଡରେ ତାଙ୍କୁ ପ୍ରବଳ ପ୍ରତିରୋଧ କରିବା କାରଣରୁ ‘ବାଉଟ୍‌ କ୍ରାଇଟେରିଆ’ ଆଧାରରେ ବିଜୟୀ ହୋଇଥିଲେ ।

ଟୋକିଓ ଅଲିମ୍ପିକ୍ସ୍‌ରେ କୁସ୍ତି କ୍ଷେତ୍ରରେ ପଦକ ଜିଣିବେ ବୋଲି ବଜରଙ୍ଗଙ୍କ ଉପରେ ଭାରତର ଖୁବ୍ ଆଶା ରହିଛି । ‘୨୦୧୮ ଏସିଆନ୍‌ ଗେମ୍ସ୍‌’ରେ ସେ ସ୍ବର୍ଣ୍ଣ ଏବଂ ‘୨୦୧୯ ୱାର୍ଲଡ୍‌ଚାମ୍ପିଅନ୍‌ସିପ୍‌’ରେ ରୌପ୍ୟ ପଦକ ହାସଲ କରିଥିଲେ । ‘ୱାର୍ଲଡ୍‌ ଚାମ୍ପିଅନ୍‌ସିପ୍‌’ର ରୌପ୍ୟ ପଦକ ତାଙ୍କୁ ଟୋକିଓ ଅଲିମ୍ପିକ୍ସ୍‌ର ଅଂଶ ଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ କରିଥିଲା ।