କନକ ବ୍ୟୁରୋ : ମଧ୍ୟପ୍ରଦେଶର ଉଜ୍ଜୟିନୀ ସହରରେ ଥିବା ମହାକାଳୀ ମନ୍ଦିରରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କୁ ବିରୋଧ । ମନ୍ଦିର ଦର୍ଶନ ପାଇଁ ଯାଇଥିବା ବେଳେ ବଜରଙ୍ଗ ଦଳ କର୍ମୀମାନେ ତାଙ୍କୁ ବାଧା ଦେଇଥିଲେ । ହିନ୍ଦୁ ବିରୋଧୀ ଆଲିଆ ଓ ଗୋ ମାଂସ ଭକ୍ଷରକାରୀ ରଣବୀରଙ୍କ ଦ୍ୱାରା ମହାକାଳ ମନ୍ଦିରର ପବିତ୍ରତା ନଷ୍ଟ ହେବାକୁ ଦେବେ ନାହିଁ ବୋଲି କହିଥିଲେ । ପୋଲିସ ବିରୋଧ ପ୍ରଦର୍ଶନ କରୁଥିବା ପ୍ରଦର୍ଶନକାରୀଙ୍କ ଉପରକୁ ଲାଠି ମାଡ଼ କରିବା ସହ ରଣବୀର ଓ ଆଲିଆଙ୍କୁ ସୁରକ୍ଷା ପ୍ରଦାନ କରିଥିଲେ ।

Advertisment

publive-image

ବିରୋଧ ଓ ବିଶୃଙ୍ଖଳା ଯୋଗୁ ଦର୍ଶନ ନକରି ଫେରିଯାଇଥିଲେ ରଣବୀର କପୁର ଓ ଆଲିଆ ଭଟ୍ଟ । ପୂର୍ବରୁ ରଣବୀର ଗୋମାତା ବିରୋଧୀ ମନ୍ତବ୍ୟ ହୋଇଥିଲେ । କହିଥିଲେ, ଗୋମାଂସ ଖାଇବା କୁଆଡେ ଭଲ । ସେ ଗୋମାଂସ ଖାଇବାକୁ ଭଲ ପାଆନ୍ତି । ରଣବୀର ଓ ଆଲିଆଙ୍କ ନୂଆ ଫିଲ୍ମ ବ୍ରହ୍ମାସ୍ତ୍ର ରିଲିଜ୍ ହେବାକୁ ଯାଉଛି । ରିଲିଜ୍ ପୂର୍ବରୁ ମହାକାଳଙ୍କ ଦର୍ଶନ କରିବାକୁ ଯାଇଥିଲେ । ହେଲେ ସେମାନେ ଦର୍ଶନ କରିପାରିନଥିଲେ । ଫିଲ୍ମର ନିର୍ଦ୍ଦେଶକ ଆୟନ ମୁଖାର୍ଜୀ ଦର୍ଶନ କରିଥିବା ଜଣାପଡ଼ିଛି ।

ସେପଟେ, ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ବୁଧବାର ତାରକା ଦମ୍ପତିଙ୍କୁ ମନ୍ଦିର ଯିବା ବେଳେ ଅଟକାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ଓଲଟା ମନ୍ଦିର ପ୍ରଶାସନର ଅଧିକାରୀମାନେ ତାଙ୍କୁ ଭିତରକୁ ଯିବାକୁ ଅନୁରୋଧ କରିଥିଲେ । କିନ୍ତୁ ଗଣ୍ଡଗୋଳ ଆଶଙ୍କାରେ ସେମାନେ ଯିବାକୁ ଚାହିଲେ ନାହିଁ । ସେମାନଙ୍କୁ କେହି ଅଟକାଇ ନାହାନ୍ତି । ସେମାନଙ୍କ ପାଇଁ ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ବୋଲି ମନ୍ତ୍ରୀ କହିଛନ୍ତି ।