ପ୍ରେମୀ ଯୁଗଳଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ଭାଲେଣ୍ଟାଇଲ ଡେ’କୁ ବିରୋଧ କରିବନି ବଜରଙ୍ଗୀ ଦଳ

1,110

କନକ ବ୍ୟୁରୋ: ଭାଲେଂଟାଇନ ଡେ ପାଇଁ ପ୍ରେମୀ ଯୁଗଳଙ୍କୁ ଆଶ୍ୱସ୍ତି । ଚଳିତ ବର୍ଷ ଭାଲେଣ୍ଟାଇନ ଡେକୁ ବିରୋଧ କରିବନି ବଜରଙ୍ଗ ଦଳ । ଏନେଇ ଆଜି ଘୋଷଣା କରିଛି ବଜରଙ୍ଗ ଦଳ । ଏହି ଦିବସଟିକୁ ଦଳ ନିରନ୍ତର ଭାବେ ବିରୋଧ କରିଆସୁଥିଲା । ମାତ୍ର ଚଳିତ ବର୍ଷ ଏହାକୁ ବିରୋଧ ନକରିବାକୁ ଘୋଷଣା କରିଛି ଦଳ । ଦଳ ପକ୍ଷରୁ କୁହାଯାଇଛି ଯେ, ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର । ଏଠାରେ ସବୁ ଧର୍ମର ମର୍ଯ୍ୟାଦା ରହିଛି । ସମସ୍ତେ ନିଜ ନିଜ ଧର୍ମକୁ ପାଳନ କରିପାରିବେ । ତେବେ ଭାଲେଂଟାଇ ଡେ ଏକ ପାଶ୍ଚାତ୍ୟ ପରମ୍ପରା ହୋଇଥିବାରୁ ସବୁ ଧର୍ମର ଯୁବପିଢୀ ଏହାକୁ ବହୁତ ଧୂମ ଧାମରେ ପାଳନ କରୁଛନ୍ତି ।

କିନ୍ତୁ ବଜରଙ୍ଗ ଦଳ କେବେ କୌଣସି ଧର୍ମ କିମ୍ବା କୌଣସି ଧାର୍ମିକ କାର୍ଯ୍ୟକ୍ରମକୁ ବିରୋଧ କରିନି କି ଆଗକୁ ମଧ୍ୟ କରିବନାହିଁ । ମାତ୍ର କିଛି ପାଶ୍ଚ୍ୟତ ପରମ୍ପରା ନାଁରେ ଭାରତରେ ଚାଲିଥିବା କୁତ୍ସିତ କଦାଚାର ତଥା ନଗ୍ନତାକୁ ବଜରଙ୍ଗ ଦଳ ଆଜି ଯାଏ ବିରୋଧ କରିଆସୁଛି । ଭାଲେଂଟାଇନ ଡେ ନାଁରେ ଅନେକ ସ୍ଥାନରେ ଅଗ୍ରହଣୀୟ କାର୍ଯ୍ୟ ତଥା ନଗ୍ନତା ଭଳି ଅପସଂସ୍କୃତିକୁ ଦେଖିବାକୁ ମିଳୁଥିବାରୁ ବଜରଙ୍ଗ ଦଳ ଏହାକୁ ବିରୋଧ କରୁଥିଲା । କିନ୍ତୁ ବିଡମ୍ବନାର ବିଷୟ ଲୋକେ ଭାବୁଛନ୍ତି ଯେ ବଜରଙ୍ଗ ଦଳ ପ୍ରେମକୁ ବିରୋଧ କରୁଛି ଏବଂ ବିରୋଧ ନାଁରେ ବଜରଙ୍ଗ ଦଳ ଗୁଣ୍ଡାଗର୍ଦ୍ଦି କରୁଛି । ଯାହାକି ସଂପୂର୍ଣ୍ଣ ଭୁଲ୍ । ବଜରଙ୍ଗ ଦଳ ପ୍ରେମକୁ ବିରୋଧ କରେନି ବରଂ ପ୍ରେମ ନାଁରେ ହେଉଥିବା ଅପସଂସ୍କୃତିକୁ ବିରୋଧ କରେ ବୋଲି ଦଳ ପକ୍ଷରୁ କୁହାଯାଇଛି । ତେବେ ସେ ଯାହା ହେଉ ନା କାହିଁକି ଚଳିତ ଭାଲେଂଟାଇ ଡେରେ କୌଣସି ପ୍ରକାରର ବିରୋଧାତ୍ମକ କାର୍ଯ୍ୟକ୍ରମ କରାଯିବନି ବୋଲି ଦଳ ପକ୍ଷରୁ ଘୋଷଣା ହୋଇଛି ।

ସେହିଭଳି କିଛି ଅସମାଜିକ ବ୍ୟକ୍ତି ଆଗରୁ ଏମିତି ଘଟାଇଥିବା ବେଳେ ଏଥର କିପରି କିଛି ନଘଟାଇବେ ଓ ସେମାନଙ୍କ ଉପରେ ଦୃଢ କାକର୍ୟ୍ୟାନୁଷ୍ଠାନ ନେବା ପାଇଁ ସଂଗଠନ ପକ୍ଷରୁ ପୋଲିସ ପ୍ରସାଶନକୁ ଅନୁରୋଧ କରାଯାଇଛି । ପ୍ରେମ ଓ ଭଲପାଇବା ପୁରାତନ କାଳରୁ ଥିବା ବେଳେ ବର୍ତ୍ତମାନର ଆଧୁନିକ ସଂସ୍କୃତିକୁ ଯୁବ ପିଢି ମାନେ ଆପଣାଉଥିବାରୁ ବିଭିନ୍ନ ସଚେତନତା ପଦକ୍ଷେପ ମାଧ୍ୟମରେ ଯୁବପିଢିଙ୍କୁ ସଚେତନତା କରାଯିବ ବୋଲି ବଜରଙ୍ଗ ଦଳ ପକ୍ଷରୁ କୁହାଯାଇଛି ।