ଗରବା ଏବଂ ଡାଣ୍ଡିଆ ଉତ୍ସବରେ ଅଣହିନ୍ଦୁଙ୍କ ପ୍ରବେଶକୁ ରୋକ ଲଗାଇବେ ବଜରଙ୍ଗ ଦଳ ! ଆୟୋଜକଙ୍କୁ ଆଧାର କାର୍ଡ ଜାଞ୍ଚ୍ କରି ଲୋକଙ୍କୁ ପ୍ରବେଶ କରାଇବାକୁ ନେଇ ଦେଲେ ଚେତାବନୀ ।

ଗରବା ଏବଂ ଡାଣ୍ଡିଆ ଉତ୍ସବରେ ଅଣହିନ୍ଦୁଙ୍କ ପ୍ରବେଶକୁ ରୋକ ଲଗାଇବେ ବଜରଙ୍ଗ ଦଳ ! ଆୟୋଜକଙ୍କୁ ଆଧାର କାର୍ଡ ଜାଞ୍ଚ୍ କରି ଲୋକଙ୍କୁ ପ୍ରବେଶ କରାଇବାକୁ ନେଇ ଦେଲେ ଚେତାବନୀ ।

ହାଇଦ୍ରାବାଦର ‘ଗରବା ଓ ଡାଣ୍ଡିଆ’ ଆୟୋଜକମାନଙ୍କୁ ଶନିବାର ବଜରଙ୍ଗ ଦଳ ତରଫରୁ କୁହାଯାଇଛି ଯେ ଅଣହିନ୍ଦୁ ସମ୍ପ୍ରଦାୟଙ୍କୁ ରୋକିବା ନିମନ୍ତେ ସେମାନେ ନବରାତ୍ର ଉତ୍ସବରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ କରନ୍ତୁ । ଉତ୍ସବସ୍ଥଳୀରୁ ଅଣହିନ୍ଦୁମାନଙ୍କୁ ଚିହ୍ନଟ କରିବା ପ୍ରବେଶ ପଥରେ ଆଧାର କାର୍ଡ ଯାଞ୍ଚ କରିବାକୁ ବଜରଙ୍ଗ ଦଳ ଆୟୋଜକମାନଙ୍କୁ କହିଛନ୍ତି ।

publive-image

ଆୟୋଜକମାନଙ୍କ ପ୍ରତି ଲିଖିତ ଖୋଲାଚିଠିରେ ବଜରଙ୍ଗ ଦଳ ଦାବି କରିଛନ୍ତି ଯେ ଗତ ଦୁଇ ବର୍ଷ ହେବ ଏ ଭଳି କାର୍ୟ୍ୟକ୍ରମରେ ଅଣହିନ୍ଦୁ ଯୁବକମାନେ ପ୍ରବେଶ କରି ମହିଳା ଅଂଶଗ୍ରହଣକାରୀଙ୍କ ପ୍ରତି ଅସଦାଚରଣ କରୁଛନ୍ତି। ପୀଡ଼ିତାମାନଙ୍କୁ ଉଦ୍ଧାର କରିବାକୁ ଆସୁଥିବା ଲୋକମାନଙ୍କୁ ମଧ୍ୟ ଯୁବକମାନେ ମାରଧର କରୁଛନ୍ତି। ନିରୀହ ଝିଅମାନଙ୍କୁ ଫସାଇବାକୁ ମଧ୍ୟ ଏହି ସ୍ଥାନଗୁଡ଼ିକୁ ଦୁର୍ବୃତ୍ତମାନେ ବ୍ୟବହାର କରୁଥିବାରୁ ଲଭ୍-ଜିହାଦ୍ ମାମଲା ବଢୁଛି। ଅଣହିନ୍ଦୁମାନଙ୍କୁ ମଧ୍ୟ ଆୟୋଜକମାନେ ଜଗୁଆଳ ଭାବେ ନିଯୁକ୍ତ କରନ୍ତୁ ନାହିଁ ବୋଲି ସେମାନେ କହିଛନ୍ତି । ଉତ୍ସବସ୍ଥଳୀଗୁଡ଼ିକରେ ବଜରଙ୍ଗ ଦଳ କାର୍ୟ୍ୟକର୍ତ୍ତା ଟିମ୍ ଉପସ୍ଥିତ ରହିବେ। ଯଦି ସେଭଳି କୌଣସି ଘଟଣା ଘଟେ ଦୁର୍ବୃତ୍ତମାନଙ୍କ ପ୍ରବେଶ ରୋକିବାକୁ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିଯୋଗୁଁ କାର୍ୟ୍ୟକ୍ରମରେ ବ୍ୟାଘାତ ସୃଷ୍ଟି ହୋଇପାରେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe