ହାଇଦ୍ରାବାଦର ‘ଗରବା ଓ ଡାଣ୍ଡିଆ’ ଆୟୋଜକମାନଙ୍କୁ ଶନିବାର ବଜରଙ୍ଗ ଦଳ ତରଫରୁ କୁହାଯାଇଛି ଯେ ଅଣହିନ୍ଦୁ ସମ୍ପ୍ରଦାୟଙ୍କୁ ରୋକିବା ନିମନ୍ତେ ସେମାନେ ନବରାତ୍ର ଉତ୍ସବରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ କରନ୍ତୁ । ଉତ୍ସବସ୍ଥଳୀରୁ ଅଣହିନ୍ଦୁମାନଙ୍କୁ ଚିହ୍ନଟ କରିବା ପ୍ରବେଶ ପଥରେ ଆଧାର କାର୍ଡ ଯାଞ୍ଚ କରିବାକୁ ବଜରଙ୍ଗ ଦଳ ଆୟୋଜକମାନଙ୍କୁ କହିଛନ୍ତି ।
ଆୟୋଜକମାନଙ୍କ ପ୍ରତି ଲିଖିତ ଖୋଲାଚିଠିରେ ବଜରଙ୍ଗ ଦଳ ଦାବି କରିଛନ୍ତି ଯେ ଗତ ଦୁଇ ବର୍ଷ ହେବ ଏ ଭଳି କାର୍ୟ୍ୟକ୍ରମରେ ଅଣହିନ୍ଦୁ ଯୁବକମାନେ ପ୍ରବେଶ କରି ମହିଳା ଅଂଶଗ୍ରହଣକାରୀଙ୍କ ପ୍ରତି ଅସଦାଚରଣ କରୁଛନ୍ତି। ପୀଡ଼ିତାମାନଙ୍କୁ ଉଦ୍ଧାର କରିବାକୁ ଆସୁଥିବା ଲୋକମାନଙ୍କୁ ମଧ୍ୟ ଯୁବକମାନେ ମାରଧର କରୁଛନ୍ତି। ନିରୀହ ଝିଅମାନଙ୍କୁ ଫସାଇବାକୁ ମଧ୍ୟ ଏହି ସ୍ଥାନଗୁଡ଼ିକୁ ଦୁର୍ବୃତ୍ତମାନେ ବ୍ୟବହାର କରୁଥିବାରୁ ଲଭ୍-ଜିହାଦ୍ ମାମଲା ବଢୁଛି। ଅଣହିନ୍ଦୁମାନଙ୍କୁ ମଧ୍ୟ ଆୟୋଜକମାନେ ଜଗୁଆଳ ଭାବେ ନିଯୁକ୍ତ କରନ୍ତୁ ନାହିଁ ବୋଲି ସେମାନେ କହିଛନ୍ତି । ଉତ୍ସବସ୍ଥଳୀଗୁଡ଼ିକରେ ବଜରଙ୍ଗ ଦଳ କାର୍ୟ୍ୟକର୍ତ୍ତା ଟିମ୍ ଉପସ୍ଥିତ ରହିବେ। ଯଦି ସେଭଳି କୌଣସି ଘଟଣା ଘଟେ ଦୁର୍ବୃତ୍ତମାନଙ୍କ ପ୍ରବେଶ ରୋକିବାକୁ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିଯୋଗୁଁ କାର୍ୟ୍ୟକ୍ରମରେ ବ୍ୟାଘାତ ସୃଷ୍ଟି ହୋଇପାରେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/garba-1569724203.jpg)
/kanak/media/post_attachments/wp-content/uploads/2019/09/HY05HANUMAN_GANHY05HANUMAN.jpg-300x233.jpg)