କର୍ଣ୍ଣାଟକରେ ବଜରଙ୍ଗଦଳ କର୍ମୀଙ୍କ ହତ୍ୟାକୁ ନେଇ ଉତ୍ତେଜନା । ପୋଡାଜଳା ସହ ଅଣାୟତ ସ୍ଥିତି ।

147

କନକ ବ୍ୟୁରୋ : କର୍ଣ୍ଣାଟକରେ ସିବମୋଗା ଜିଲ୍ଲାରେ ବଜରଙ୍ଗ ଦଳରେ ସଦସ୍ୟଙ୍କୁ ହତ୍ୟା ଘଟଣା ରାଜ୍ୟରେ ପୁଣି ଆଲୋଡନ ସୃଷ୍ଟି କରିଛି । ଘଟଣାକୁ ନେଇ ଉତ୍ୟକ୍ତ ଲୋକେ ଗାଡି ମଟର ପୋଡା ଜଳା କରିବା ସହ ବାଇକ ର୍ୟାଲି କରିଛନ୍ତି । ସେପଟେ ଆଇନ ଶୃଙ୍ଖଳାକୁ ବଜାୟ ରଖିବା ପାଇଁ ଫେବୃଆରୀ ୨୩ ତାରିଖ ଯାଏଁ ୧୪୪ ଧାରା ଜାରି କରାଯିବା ସହ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି । ହିଜାବ ବିବାଦ ପରେ ପୁଣି ଚର୍ଚ୍ଚାକୁ ଆସିଛି କର୍ଣ୍ଣାଟକ ରାଜ୍ୟ ।

କର୍ଣ୍ଣାଟକରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡିବାରେ ଲାଗିଛି । ସିବମୋଗା ଜିଲ୍ଲାରେ ବଜରଙ୍ଗ ଦଳର ଜଣେ ସଦସ୍ୟଙ୍କୁ ହତ୍ୟା କରାଯାଇଛି । ରବିବାର ସନ୍ଧ୍ୟାରେ ହର୍ଷା ନାମକ ୨୬ ବର୍ଷିୟ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିବା ଜଣାପଡିଛି । ଘଟଣାକୁ ନେଇ ଉତ୍ୟକ୍ତ ଲୋକେ ରାଜରାସ୍ତାକୁ ଉହ୍ଲାଇବା ସହ ଏକାଧିକ ଗାଡିରେ ନିଆ ଲଗାଇ ଦେଇଛନ୍ତି । ଅନ୍ୟପଟେ ଘଟଣାକୁ ନେଇ ରାଜନୈତିକ ବୟାନବାଜି ମଧ୍ୟ ଆରମ୍ଭ ହୋଇଯାଇଛି । କଂଗ୍ର୍ରେସ ଓ ବିଜେପି ଉଭୟଙ୍କୁ ଟାର୍ଗେଟ କରିଛନ୍ତି । ସେପଟେ ଆଇନ ଶୃଙ୍ଖଳା ରକ୍ଷା କରିବାକୁ ଯାଇ ଜିଲ୍ଲାରେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଧାରା ୧୪୪ ଜାରି ହୋଇଛି । ସେହିପରି ଆସନ୍ତାକାଲି ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ ରଖାଯାଇଛି ।

ହିଜାବ ବିବାଦ ପରେ ଏବେ ବଜରଙ୍ଗ ଦଳ କର୍ମୀ ହତ୍ୟା ଘଟଣା ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛି । ସେପଟେ ଘଟଣାକୁ ନେଇ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ପ୍ରତିବାଦ କରିଛନ୍ତି । କର୍ମକର୍ତା ମାନେ ରାଜରାସ୍ତାକୁ ଓହ୍ଲାଇ ବାଇକ ରାଲି କରିଛନ୍ତି । ଅନ୍ୟପଟେ ଘଟଣାରେ ମୁସଲିମ ଯୁବକଙ୍କ ହାତ ଥାଇପାରେ ବୋଲି କହିଛନ୍ତି କଣ୍ଣାଟକ ମନ୍ତ୍ରୀ କେ.ଏସ ଇଶ୍ୱରପ୍ପା । ମନ୍ତ୍ରୀଙ୍କ ଏଭଳି ବୟାନ ଚର୍ଚ୍ଚାରେ ରହିଛି । ଅନ୍ୟପଟେ ମାମଲାକୁ ନେଇ ସରକାରଙ୍କୁ ଘେରିଛି କଂଗ୍ରେସ । ଗୃହମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ନାରାବାଜି କରିଛି କଂଗ୍ରେସ । ଜିଲ୍ଲାରେ ଆଇନ ଶୃଙ୍ଖଳା ରକ୍ଷା କରିବାପାଇଁ ପୁଲିସ ଫୋର୍ସକୁ ମୁତୟନ କରାଯାଇଛି । ଅନ୍ୟପଟେ ଘଟଣାରେ ସମ୍ପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଥିବା ଜଣାପଡିଛି ।