ଲାଠୋର ବନକର୍ମଚାରୀଙ୍କ ଦ୍ୱାରା ବଜ୍ରକାପ୍ତା ଉଦ୍ଧାର, ୨ ଗିରଫ

295

କନକ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ରେ ବିକ୍ରି ପାଇଁ ମୁଲଚାଲ ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ଏହି ମାମଲାରେ ୨ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ଜଣାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ସକାଳେ ପାଟଣାଗଡ଼ ବ୍ଲକର ମହାରପଦର-ବନମାଳ ରାସ୍ତାକଡ଼ ପଡ଼ିଆରେ ଦୁଇଜଣ ବଜ୍ରକାପ୍ତା ବେପାରୀ ମୁଲଚାଲ କରୁଥିବା ବେଳେ ବନବିଭାଗ କର୍ମଚାରୀ ଉଭୟଙ୍କୁ ଧରିଥିଲା। ଘଟଣାସ୍ଥଳରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି ।

ବଜ୍ରକାପ୍ତା ଚୋରା ଚାଲାଣ କରାଯାଉଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇ ଲାଠୋର ବନ କର୍ମଚାରୀମାନେ ଗ୍ରାହକ ସାଜି ବାହାରିଥିଲେ । ଖପ୍ରାଖୋଲ ବ୍ଲକ ମହାପଦର ଗ୍ରାମରେ ବଜ୍ରକାପ୍ତା ଚୋରା ଚାଲାଣ ହେବାକୁ ଥିବା ସୂଚନା ପାଇ ଗତକାଲି ରାତିରେ ଲାଠୋର ରେଞ୍ଜର ପ୍ରଭାତୀ ସେଠ କର୍ମଚାରୀମାନଙ୍କୁ ନେଇ ବାହାରିଥିଲେ । ଯୋଜନା ମୁତାବକ ସେ ଚୋରା ଚାଲାଣକାରୀମାନଙ୍କ ସହ ବଜ୍ରକାପ୍ତା କିଣିବା ପାଇଁ କରିଥିଲେ । ସେ ଖପ୍ରାଖୋଲ ବ୍ଲକ ବନମାଲ ଓ ମହାପଦର ଗ୍ରାମରେ ଥିବା ଏକ ପଡ଼ିଆଠାରେ ପହଞ୍ଚିଥିଲେ ।

ସେଠାରୁ ବଜ୍ରକାପ୍ତା ଉଦ୍ଧାର କରିବା ସହିତ ୨ ଜଣକୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଜଣେ ଫେରାର ହୋଇଥିବା ଜଣାପଡ଼ିଛି । ଗିରଫ ଦୁଇ ଜଣଙ୍କ ମଧ୍ୟରୁ ମହାପଦର ଗ୍ରାମର ଶୁଶୁଲ ଧରୁଆ ଏବଂ ସର୍ଗିପାଲି ଗ୍ରାମର ଭୋଜରାଜ ଧରୁଆଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ସେହିପରି ଏଥିରେ ଆଉ ଜଣେ ସଂଶ୍ଳିଷ୍ଟ  ଜଣାପଡ଼ିଥିବା ବେଳେ ବର୍ତ୍ତମାନ ତାକୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ ଚାଲିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି ।