କନକ ବ୍ୟୁରୋ: ଶିକ୍ଷାକ୍ଷେତ୍ରରେ ଅଗ୍ରଣୀ ଅନୁଷ୍ଠାନ ଟିଏସଜି ଗୁରୁକୁଳ ସହିତ ବାଜିରାଓ ଆଇଏଏସ୍ ଏକାଡେମୀ ଏବଂ ଫିଜିକ୍ସ ୱାଲା ଦୁଇଟି ଅନୁଷ୍ଠାନ ଅନୁବନ୍ଧିତ ହୋଇଛି । ଏହି ସମ୍ମିଳନୀରେ ବାଜିରାଓ ଆଇଏଏସ୍ ଏକାଡେମୀର ସିଇଓ ଶୁଭ୍ରାଂଶୁ ଶେଖର ଓଝା ଏବଂ ଫିଜିକ୍ସ ୱାଲାର ସେଣ୍ଟର ହେଡ-ସୁଝା ଅହମ୍ମଦ ଯୋଗ ଦେଇଥିଲେ । ଟିଏସଜି ସବୁବେଳେ ପାରମ୍ପରିକ ଶିକ୍ଷାପଦ୍ଧତି ସହ ଆଧୁନିକ ଶିକ୍ଷାକୁ ଗୁରୁତ୍ୱ ଦେଇଥାଏ ବୋଲି ଏହି ଅନୁଷ୍ଠାନର ଉପାଧ୍ୟକ୍ଷ ସ୍ମୃତି ସାରିକା କହିଥିଲେ । ଏହି ଅନୁବନ୍ଧନ ଶିକ୍ଷାକ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଦେବ ବୋଲି ଟିଏସଜିର ପ୍ରିନ୍ସିପାଲ ରଞ୍ଜିତା ମହାପାତ୍ର ପ୍ରକାଶ କରିଥିଲେ ।

ଟିଏସଜି ଗୁରୁକୁଳ ହେଉଛି ଏପରି ଏକ ସ୍କୁଲ ଯେଉଁଠାରେ ଏଲକେଜି ଠାରୁ ଆରମ୍ଭ କରି +୨, +୩ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ଉଚ୍ଚ କୋଟୀର ଶିକ୍ଷା ସହିତ ଉତ୍ତମ ବାତାବରଣ ଓ ସୁସ୍ଥ ପରିବେଶ ପ୍ରଦାନ କରାଯାଏ । ଏଠାରେ ଛୋଟପିଲାଙ୍କୁ ସଠିକ ଶିକ୍ଷା ପ୍ରଦାନ ସହିତ ସେମାନଙ୍କର ଶାରୀରିକ ବିକାଶ ପାଇଁ ମଧ୍ୟ ତାଲିମପ୍ରାପ୍ତ ଶିକ୍ଷକମାନଙ୍କୁ ନିଯୁକ୍ତି କରାଯାଇଛି । ଟିଏସଜି ଟାଇମ୍ସ ସ୍କଲାର୍ସ ଗୁରୁକୁଳ ସହ ଆଇଏଏସ୍ ଓ ଓଏଏସ୍ ପାଇଁ ଶିକ୍ଷାଯୋଗାଇ ଦେଉଥିବା ଆଗଧାଡିର ସୁନାମଧନ୍ୟ ଜାତୀୟ ଶିକ୍ଷାନୁଷ୍ଠାନ ଏବଂ ମେଡିକାଲ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରୁଥିବା ଦେଶର ଆଗଧାଡିର କୋଚିଙ୍ଗ ସଂସ୍ଥା ସହ ଚୁକ୍ତି ସ୍ୱାକ୍ଷର କରାଯାଇଛି ।

ସରକାରୀ ନିୟମ ଅନୁସାରେ ୧୬ ବର୍ଷରୁ ଉର୍ଦ୍ଧ ଛାତ୍ରଛାତ୍ରୀମାନଙ୍କୁ +୨ ଏବଂ +୩ ଅଧ୍ୟୟନ କରିବା ସମୟରେ ଆଇଏଏସ୍ ଓ ଓଏଏସ୍ ଓ ନିଟ୍/ଜେଇଇ ପ୍ରବେଶିକା ପରୀକ୍ଷା ପାଇଁ ସୁଲଭ ମୂଲ୍ୟରେ ଶିକ୍ଷା ପ୍ରଦାନ କରାଯିବ । ଏହାଦ୍ୱାରା ଟିଏସଜି ଗୁରୁକୁଳରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀମାନେ ଏକତ୍ର ଏହି ସୁବିଧାର ଉପଯୋଗ କରିପାରିବେ ଏବଂ ଭବିଷ୍ୟତରେ ଶିକ୍ଷାକ୍ଷେତ୍ରରେ ଆସୁଥିବା ପ୍ରତିବନ୍ଧକକୁ ସହଜରେ ସାମ୍ନା କରିପାରିବେ । ଏହା ସହିତ ୧୦ ପ୍ରତିଶତ ଆର୍ଥିକ ଆନଗ୍ରସର ମେଧବୀ ଛାତ୍ରଛାତ୍ରୀମାନଙ୍କୁ ବିନା ମୂଲ୍ୟରେ ରହିବା, ଖାଇବା ଏବଂ ପଢିବା ଭଳି ସୁବିଧା ଗୁରୁକୁଳରେ ଯୋଗାଇ ଦିଆଯିବ । ତେଣୁ ସମସ୍ତ ଅଭିଭାବକମାନଙ୍କୁ ଅନୁରୋଧ ପିଲାମନଙ୍କ ଉଜ୍ଜଳମୟ ଭବିଷ୍ୟତ ପାଇଁ ଓ ଏହି ସୁବିଧାର ଉପଯୋଗ ପାଇଁ ଟିଏସ୍ଜି ଗୁରୁକୁଳ ସହ ଯୋଗାଯୋଗ କରିବାପାଇଁ ଏହି ସାମ୍ବାଦିକ ସମ୍ମିଳନୀରେ ପରିପ୍ରକାଶ କରାଯାଇଥିଲା ।