କନକ ବ୍ୟୁରୋ: କର୍ଣ୍ଣାଟକରେ ହିଜାବକୁ ନେଇ ବିବାଦ ଥମୁନଥିବାବେଳେ ଆଉ ଏକ ଅଘଟଣ ଘଟିଛି । ଏଠିକାର ଶିବମୋଗା ଇଲାକାର ଜଣେ ବଜରଙ୍ଗ ଦଳ କର୍ମୀଙ୍କୁ ଗଳାକାଟି ହତ୍ୟା କରାଯାଇଛି । ଏହାପରେ ସ୍ଥାନୀୟ ଅଞ୍ଚଳରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ସେଠାରେ ୧୪୪ ଧାରା ଲାଗୁ ହୋଇଛି ।
କହିରଖୁଁ କି, ରବିବାର ରାତି ସମୟରେ କର୍ଣ୍ଣାଟକର ଶିବମୋଗା ସହରରେ ବଜରଙ୍ଗ ଦଳର କର୍ମକର୍ତ୍ତା ୨୩ ବର୍ଷିୟ ହର୍ଷାଙ୍କୁ ହତ୍ୟା କରାଯାଇଛି । ସ୍ଥିତି ନିୟନ୍ତ୍ରଣ କରିବାକୁ ସେଠାରେ ୧୪୪ ଧାରା ଲାଗୁ କରାଯିବା ସହ ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ କରାଯାଇଛି ।
କର୍ଣ୍ଣାଟକ ଗୃହମନ୍ତ୍ରୀ ଅରଗା ଜ୍ଞାନେନ୍ଦ୍ର ମୃତ ହର୍ଷଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରିବା ସହ ସାନ୍ତ୍ୱନା ଦେଇଛନ୍ତି । ଏହାସହ ସହରରେ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି । ପୋଲିସ ଦ୍ୱାରା ଏକ ଟାସ୍କ ଫୋର୍ସ ଗଠନ କରାଯାଇ ଘଟଣାର ଯାଞ୍ଚ କରାଯାଉଛି । ପୋଲିସର ଏକ ତଥ୍ୟ ମୁତାବକ, ହର୍ଷା ନିଜ ଫେସବୁକ୍ ଆକାଉଣ୍ଟରେ ହିଜାବକୁ ନେଇ ବିଭିନ୍ନ ଟିପ୍ପଣୀ ଦେଉଥିଲେ । କର୍ଣ୍ଣାଟକରେ ହିଜାବକୁ ବିରୋଧ କରିବାରେ ବଜରଙ୍ଗ ଦଳ ସବୁଠୁ ସକ୍ରିୟ ଥିଲା । ଏହାସହ ଅନ୍ୟ ହିନ୍ଦୁ ସଙ୍ଗଠନ ଗୁଡିକ ମଧ୍ୟ ଏହାକୁ ବିରୋଧ କରୁଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/12-24.jpg)