କନକ ବ୍ୟୁରୋ : ରାଜ୍ୟରେ ବାତ୍ୟା ପରେ ବନ୍ୟା ସ୍ଥିତି ନାହିଁ । କିନ୍ତୁ ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଆନନ୍ଦପୁର ପାଖରେ ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ବର୍ତମାନ ୩୮ଦଶମିକ ୩୬ ମିଟର ସହ ବିପଦ ସଂକେତ ଉପରେ ରହିଛି । ଆଗକୁ ଏଠାରେ ୪୦ ଦଶମିକ ୮୫ ମିଟର ଜଳ ପ୍ରବାହିତ ହେବ ।
ଆଖୁଆପଦା ଠାରେ ଜଳସ୍ତର ବଢିବ । ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖାରେ ବିପଦ ସଂକେତ ତଳେ ପ୍ରବାହିତ ହେଉଛି ଜଳ । ସାଳନ୍ଦୀ ନଦୀରେ ବି ଜଳସ୍ତର କମ ରହିଛି । ସମୁଦ୍ର ଜୁଆର ପାଣି ଓ ପବନ ମାଡ଼ ହେବା ଦ୍ୱାରା ଆମର ଅନେକ ଲୁଣା ବନ୍ଧ ଡ଼୍ୟାମେଜ ହୋଇଛି । କେନ୍ଦ୍ରାପଡ଼ା, ବାଲିଆପାଳ ଭଳି ଜାଗାରେ ଲୁଣା ବନ୍ଧ ଅଧିକ ମାତ୍ରାରେ ନଷ୍ଟ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/iu.gyi_..jpg)