ବୈତରଣୀରେ ତୃତୀୟଥର ବନ୍ୟା ଆସିବାରୁ ଯାଜପୁର ଓ ଭଦ୍ରକର ଅନେକ ଅଞ୍ଚଳ ଜଳମଗ୍ନ । ବନ୍ୟାପାଣି କମିଲେ ଲୋକଙ୍କୁ ମିଳିବ କ୍ଷତିପୂରଣ !

ବୈତରଣୀରେ ତୃତୀୟଥର ବନ୍ୟା ଆସିବାରୁ ଯାଜପୁର ଓ ଭଦ୍ରକର ଅନେକ ଅଞ୍ଚଳ ଜଳମଗ୍ନ । ବନ୍ୟାପାଣି କମିଲେ ଲୋକଙ୍କୁ ମିଳିବ କ୍ଷତିପୂରଣ !

କନକ ବ୍ୟୁରୋ : ପୁଣି ଥରେ ବୈତରଣୀରେ ବନ୍ୟା ଆସିଛି । ଯାଜପୁର ଜିଲ୍ଲାର ଅନ୍ୟତମ ଜୀବନରେଖା ବୈତରଣୀ ଓ ଶାଖା ନଦୀ କାଣୀରେ ତୃତୀୟ ଥର ପାଇଁ ବନ୍ୟା ଆସିଛି। ଉଭୟ ନଦୀରେ ବିପଦ ସଙ୍କେତ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଖୋଲା ମେଲା ପଡ଼ିଥିବା ଘାଇ ବାଟେ ବନ୍ୟା ଜଳ ପ୍ରବେଶ କରି ଶହଶହ ଏକର ଚାଷଜମି ଜଳମଗ୍ନ ହୋଇଛି। ତଳିଆ ଅଞ୍ଚଳ ସ୍ଥିତି ସାଂଘାତିକ। ଜଳ ସଂପଦ ବିଭାଗ ଅଧୀନ ଜଳସେଚନ ଓ ଡ୍ରେନେଜ୍ ବିଭାଗ ମଧ୍ୟରେ ବିବାଦ ପରିସ୍ଥିତିକୁ ସଂଗିନ୍ କରିଛି।ଗତ ୨ମାସ ମଧ୍ୟରେ ବୈତରଣୀ ଓ ଶାଖା କାଣୀ ନଦୀରେ ତିନି ତିନି ଥର ବନ୍ୟା ଆସିବା ଫଳରେ ବ୍ୟାପକ ଫସଲ ନଷ୍ଟ ହୋଇଛି। କାଣୀ ନଦୀର କଣ୍ଟପଡା ଠାରେ ହୋଇଥିବା ୨ଟି ଘାଇରେ ପୁନଶ୍ଚ ବନ୍ୟା ଜଳ ଚାଷ ଜମିକୁ ପ୍ରଭାବିତ ହେଉଛି। ଘାଇ ମରାମରି କରାଯାଇନଥିବାରୁ ଏହି ସମସ୍ୟା ସୃଷ୍ଟି ହୋଇଛି।

publive-imageଦ୍ୱିତୀୟ ବନ୍ୟା ରୁ ପାଣି ଶୁଖି ନଥିବା ବେଳେ ବଞ୍ଚିଯାଇଥିବା କିଛି ଧାନ ଫସଲ ପୁଣି ବୁଡିଯାଇଛି। ଏହି ବନ୍ୟା ଜଳ ଦୁଦୁରାଅଣ୍ଟା, ଦତ୍ତପୁର, ମଲ୍ଲିକାପୁର, ଶୁଶୁଆ, ନିଜାମପୁର, କୟାଁ, କମାରଡିହି, ଖାନନଗର ଆଦି ପଞ୍ଚାୟତର ଚାଷ ଜମିକୁ ପୁଣି ପ୍ରଭାବିତ କରିଛି। ତେବେ ବୈତରଣୀ ନଦୀର କଣ୍ଟିଘାଇଠାରେ ପ୍ରବଳ ପାଣି ପ୍ରବାହିତ ହେଉଥିବାରୁ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଚଂଳ ଜଳମଗ୍ନ ହୋଇଛି । ବାରମ୍ବାର ଲଗାତାର ଭାବରେ ବନ୍ୟା ଆସୁଥିବାରୁ ହେକ୍ଟର ହେକ୍ଟର ଚାଷ ଜମୀରେ ଫସଲ ନଷ୍ଟ ହେଉଛି । ମିଳିଥିବା ସୂଚନା ଅନୁସାରେ ବନ୍ୟାପାଣି କମିବା ପରେ ସରକାର କ୍ଷତିଗ୍ରସ୍ତଙ୍କୁ ସମସ୍ତ ପ୍ରକାର ସାହାର୍ଯ୍ୟ ଯୋଗାଇ ଦେବେ ବୋଲି ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe