ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଜାମିନ । ଜଣେ ଜାମିନଦାର ଓ ୧ ଲକ୍ଷ ଟଙ୍କା ବେଲବଣ୍ଡରେ ଜାମିନ । ୩ ବର୍ଷ ଜେଲ ଦଣ୍ଡ ଶୁଣାଣି ପରେ ମିଳିଲା ଜାମିନ

381

କନକ ବ୍ୟୁରୋ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ କୋଲବ୍ଲକ୍ ଆବଣ୍ଟନ ମାମଲାରେ ଦଣ୍ଡାଦେଶ ମିଳୁ ମିଳୁ ଜାମିନ୍ ବି ମିଳିଯାଇଛି । ସୋମବାର ଦିନ ୧୧ ଟା ବେଳେ ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ଦିଲ୍ଲୀପ୍ ଙ୍କ ସମେତ ୩ ଜଣଙ୍କୁ ଜେଲ୍ ଦଣ୍ଡରେ ଦଣ୍ଡିତ କରିଥିଲେ । ଏନେଇ ଦିଲ୍ଲୀପ ରାୟ ସେହି କୋର୍ଟରେ ଜାମିନ ଆବେଦନ କରିଥିବା ବେଳେ କୋର୍ଟ ତାଙ୍କୁ ଜଣେ ଜାମିନଦାର ଓ ୧ ଲକ୍ଷ ଟଙ୍କା ବେଲ୍ ବଣ୍ଡରେ ଜାମିନ୍ ଦେଇଛନ୍ତି ।

ଦିଲ୍ଲୀପ ରାୟ କେନ୍ଦ୍ରରେ କୋଇଲା ମନ୍ତ୍ରୀଥିବା ବେଳେ ଝ।ରଖଣ୍ଡର ଏକ କୋଲବ୍ଲକ ଅବାଣ୍ଟନ ବେଳେ ଏକ ନିଦ୍ଧିଷ୍ଟ କମ୍ପାନୀକୁ ଅନୁକମ୍ପା ଦେଖାଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ୧୯୯୯ ମସିହାରେ ହୋଇଥିଲା । ପୂର୍ବରୁ ଦେଖା ଯାଇଛି ଯେ ଏଭଳି ମାମଲାରେ ଦୋଷୀଙ୍କୁ ୫ ବର୍ଷ ଯାଏଁ ଜେଲ୍ ଦଣ୍ଡ ହୋଇଥାଏ । ହେଲେ ଦିଲ୍ଲୀପ୍ ରାୟଙ୍କ ବୟସ ଓ ପୂର୍ବରୁ କ୍ରାଇମ ରେକର୍ଡକୁ ଅନୁଧ୍ୟାନ କରି ଏଭଳି କୋହଳ ଦଣ୍ଡାଦେଶ ହୋଇଥିଲା ବୋଲି କୁହାଯାଉଛି ।