କନକ ବ୍ୟୁରୋ : ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଂଜୟ ରାଓତଙ୍କୁ ଜାମିନ ମିଳିଛି । ଅର୍ଥ ହେରଫେର ମାମଲାରେ ସଂଜୟ ରାଓତ ୧୦୦ ଦିନରୁ ଅଧିକ ହେବ ଜେଲରେ ରହିଥିଲେ   । ପିଏମଏଲଏ କୋର୍ଟ ଆଜି ତାଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି । କୋର୍ଟ ତରଫରୁ ସଂଜୟ ରାଉତଙ୍କ ସମେତ ଏହି ମାମଲାରେ ଅଭିଯୁକ୍ତଭାବେ ଜେଲରେ ଥିବା ପ୍ରବୀଣ ରାଉତଙ୍କୁ ବି ଜାମିନ ପ୍ରଦାନ କରିଛନ୍ତି । ପାତ୍ରାଚଂଳ ଜମି ଦୁର୍ନୀତି ମାମଲାରେ ଅଗଷ୍ଟ ମାସରେ ସଂଜୟଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ।

Advertisment

୧୦୩୯ କୋଟି ଟଙ୍କାର ଏହି ପାତ୍ରାଞ୍ଚଳ ଜମି ଦୁର୍ନୀତିକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହି ମାମଲାରେ ତଦନ୍ତ କରୁଥିବା ଇଡି ତରଫରୁ ପ୍ରଥମ ସଂଜୟ ରାଉତଙ୍କ ବାସଭବନରେ ଚଢାଉ କରାଯାଇଥିଲା । ସେହି ଚଢାଉଦିନ ଶେଷ ମୁହୁତ୍ୱରେ ସଂଜୟଙ୍କୁ ଗିରଫ କରାଯାଇଥିଲା । ଏହି ଚଢାଉ ବେଳେ ସଂଜୟଙ୍କ ବାସଭବନରୁ ୧୧.୫ ଲକ୍ଷ ଟଙ୍କା ଜବତ ହୋଇଥିଲା । ଏହାସହହ ସମାନ ମାମଲାରେ ସେପ୍ଟେମ୍ବର ମାସରେ ଇଡି ତରଫରୁ ସଂଜୟଙ୍କ ପତ୍ନୀ ବର୍ଷା ରାଉତଙ୍କୁ ମଧ୍ୟ ପଚରା ଉଚରା କରିଥିଲା । ଏହାସହ ସଂଜୟ ଓ ତାଙ୍କ ପତ୍ନୀଙ୍କ ନାମରେ ଥିବା ୧୧.୧୫ କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ଇଡି ଜବତ କରିଛି ।