ରିୟା ଚକ୍ରବର୍ତ୍ତିଙ୍କ ଭାଇ ସୌଭିକକୁ ଆସ୍ୱସ୍ଥି । ୩ ମାସ ଜେଲ ପରେ ମୁମ୍ବାଇର ଏନଡିପିଏସ୍ କୋର୍ଟ ଦେଲେ ଜାମିନ୍

133

କନକ ବ୍ୟୁରୋ : ବଲିଉଡ ସହିତ ଯୋଡି ହୋଇଥିବା ଡ୍ରଗ୍ସ ଲିଙ୍କ୍ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତିଙ୍କ ଭାଇ ସୌଭିକଙ୍କୁ ମୁମ୍ବାଇ ସ୍ଥିତ ସ୍ୱତନ୍ତ୍ରୀ ଏନଡିପିଏସ୍ କୋର୍ଟରୁ ଜାମିନ୍ ମିଳିଛି । ନାର୍କୋଟିକ୍ କଣ୍ଟ୍ରେଲ ବୋର୍ଡ ବା ଏନସିବି ସୌଭିକଙ୍କୁ ୫ ସେପ୍ଟେମ୍ବର ଦିନ ଡ୍ରଗ୍ସଲିଙ୍କ୍ ମାମଲାରେ ଗିରଫ୍ କରିଥିଲେ । ଏହାପର ଠାରୁ ସୌଭିକ ଏନସିବିର ହେପାଜତରେ ଥିଲେ । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଉଠିଥିବା ଡ୍ରଗ୍ସଲିଙ୍କ ଆଧାରରେ ତାଙ୍କୁ ଗିରଫ୍ କରାଯାଇଥିଲା । ଗିରଫ୍ ହେବାର ୩ ମାସ ପରେ ତାଙ୍କୁ ଜାମିନ୍ ମିଳିଛି । ଅନ୍ୟପଟେ ଏହି ମାମଲାରେ ସୌଭିକଙ୍କ ଭଉଣୀ ଅଭିନେତ୍ରୀ ରିୟାଙ୍କୁ ମଧ୍ୟ ଗିରଫ୍ କରାଯାଇଥିଲା । ପାଖା ପାଖି ୧ ମାସ ପରେ ତାଙ୍କୁ ଜାମିନ୍ ମିଳିଥିଲା ।
ରିୟା ଚକ୍ରବର୍ତ୍ତି ଜେଲରୁ ମୁୁକୁଳିବା ପରେ ମୁମ୍ବାଇ ପୋଲି ଗଣମାଧ୍ୟମକୁ କଠୋର ନିର୍ଦ୍ଦେଶ ଦେଇଥିଲେ । ପୋଲିସ କହିଥିଲା କି ଯେ କୌଣସି ସେଲିବ୍ରେଟିକୁ ଗୋଡାଇ ଗୋଡାଇ ତାଙ୍କ ଠାରୁ ବାଇଟ୍ ନେବା କିମ୍ବା ତାଙ୍କ ଗାଡି ପାଖରେ ଭିଡ କରି ତାଙ୍କ ଠାରୁ ବାଇଟ୍ ନେଉଥିବା ଲୋକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ । ଏହାସହ ପୋଲିସ କହିଥିଲା କି ଯଦି କୌଣସି ସେଲିବ୍ରେଟି ଟ୍ରାଫିକ୍ ରେ ଅଟକିଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ତାଙ୍କ ନିକଟରୁ ବାଇଟ୍ ନେବାକୁ ଚେଷ୍ଟା କରିବେ ତେବେ ତାଙ୍କ ବିରୋଧରେ ବି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାରଙ୍ଗ କୋତୱାଲ ରିୟା ଚକ୍ରବର୍ତ୍ତିଙ୍କ ମାମଲାର ଶୁଣାଣି କରି ରିୟା, ଦିପେଶ ସାୱନ୍ତ ଓ ସାମୁଏଲ ମିରିଣ୍ଡାଙ୍କୁ ଜାମିନ ଦେଇଥିଲେ । ସେ କହିଥିଲେ କି ଯେତେବେଳେ ଏମାନଙ୍କୁ ଗିରଫ୍ କରାଗଲା ଏନସିବି ତାଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟର ଅନୁମତି ମାଗି ନଥିଲେ । ଏହାର ଅର୍ଥ ଯେ ଗିରଫ୍ ହୋଇଥିବା ବ୍ୟକ୍ତି ମାନେ ଏନସିବି ତଦନ୍ତରେ ସହଯୋଗ କରିଥିଲେ ଓ ଏନସିବି ସେମାନଙ୍କ ଉତ୍ତରରେ ସନ୍ତୋଷ୍ଟ ଥିଲେ ।