କନକ ବ୍ୟୁରୋ: ମହାରାଷ୍ଟ୍ରରେ ଲାଉଡ ସ୍ପିକର ବିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବାସଭବନ ମାତୋଶ୍ରୀ ସାମ୍ନାରେ ହନୁମାନ ଚାଳିଶା ପାଠ ପାଇଁ ଘୋଷଣା କରିନେଇ ଜେଲରେ ଥିବା ଅମରାବତୀର ସ୍ୱାଧୀନ ସାଂସଦ ନବନୀତ ରାଣା ଓ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କୁ ଶନିବାର ଜାମିନ ମିଳିନାହିଁ ।
ଉଭୟଙ୍କ ଜାମିନ ଉପରେ ସେସନ୍ସ କୋର୍ଟରେ ଉଭୟ ପକ୍ଷ ଓକିଲଙ୍କ ଯୁକ୍ତି ଶୁଣିବା ପରେ ବିଚାରପତି ସେମାବରକୁ ତାଙ୍କ ନିଷ୍ପତ୍ତି ସ୍ଥଗିତ ରଖିଛନ୍ତି । ଫଳରେ ଆଜି ଜାମିନ ପାଇବାକୁ ଥିବା ଉଭୟଙ୍କୁ ସୋମବାର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । ଏହି ଘୋଷଣା ପରେ ଏପ୍ରିଲ ୨୨ ତାରିଖରେ ଶିବସୈନିକଙ୍କ ପକ୍ଷରୁ ଉଭୟଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରାଯାଇଥିଲା । ଏହାପରେ ପୋଲିସ ଆଇପିସି ଧାରା ୧୫୩-ଏ ଅନୁସାରେ ଉଭୟଙ୍କୁ ଗିରଫ କରି ଜେଲ ପଠାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/1-1.jpg)