କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କ ଶକ୍ତି ପ୍ରଦର୍ଶନ: ଚାନ୍ଦୋଳରୁ ବିଶାଳ ରାଲି ସହ ବଳଦେବଜିଉ ମନ୍ଦିର ଅଭିମୁଖେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

286

କନକ ବ୍ୟୁରୋ: କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡାଙ୍କ ଶକ୍ତି ପ୍ରଦର୍ଶନ । ଚାନ୍ଦୋଳରୁ ବିଶାଳ ଶୋଭାଯାତ୍ରା ସହ ବଳଦେବଜିଉ ଅଭିମୁଖେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ । ବିଭିନ୍ନ ସ୍ଥାନରେ ବୈଜୟନ୍ତଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଆଗାମୀ ନିର୍ବାଚନ ପାଇଁ ବୈଜୟନ୍ତଙ୍କୁ କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ କରିଛି ବିଜେପି । ପ୍ରାର୍ଥୀ ଘୋଷଣା ପରେ ପ୍ରଥମଥର କେନ୍ଦ୍ରାପଡ଼ାରେ ଶକ୍ତି ଦେଖାଇଛନ୍ତି । ହଜାରହଜାର ବିଜେପି କର୍ମୀ ତାଙ୍କୁ ପାଛୋଟି ନେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ଗଠନ ଲକ୍ଷ୍ୟରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ବୈଜୟନ୍ତ ।