କଂଗ୍ରେସ ସହ ମେଂଟ ପାଇଁ ବୈଜୟନ୍ତଙ୍କ ଦିଲ୍ଲୀ କାର୍ଡ ! ପାୱାରଫୁଲ ରାଜ୍ୟସଭା ସାଂସଦଙ୍କ ସହ ରଣନୀତି ନେଇ ଚର୍ଚ୍ଚା ।

କଂଗ୍ରେସ ସହ ମେଂଟ ପାଇଁ ବୈଜୟନ୍ତଙ୍କ ଦିଲ୍ଲୀ କାର୍ଡ ! ପାୱାରଫୁଲ ରାଜ୍ୟସଭା ସାଂସଦଙ୍କ ସହ ରଣନୀତି ନେଇ ଚର୍ଚ୍ଚା ।

କନକ ବ୍ୟୁରୋ : ରାଜ୍ୟ ରାଜନୀତିରେ ବୈଜୟନ୍ତ ପଣ୍ଡାଙ୍କ ପରବର୍ତ୍ତୀ ପଦକ୍ଷେପ କଣ ରହିବ, ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ନୂଆ ସମୀକରଣର ଦିଗ ସାମ୍ନାକୁ ଆସିଛି । ବିଜେପିକୁ ଯିବାର ସମ୍ଭାବନା ମଉଳିଯିବା ପରେ ବୈଜୟନ୍ତ, କଂଗ୍ରେସ ଶିବିର ସହ ଲଗାତର ଭାବେ ସଂପର୍କ ଥିବା ଚର୍ଚ୍ଚା ହେଉଛି ।

publive-imageବଡ କଥା ହେଉଛି, ବିଜେପିରେ ମିଶିବା ପାଇଁ ଯେଉଁ ଦିଲ୍ଲୀ ଲବିକୁ ଭରସା କରିଥିଲେ, କଂଗ୍ରେସ ସହ ଗଠବନ୍ଧନ କରିବା ପାଇଁ ସେହି ଦିଲ୍ଲୀ ଲବିକୁ ମାଧ୍ୟମ କରିଥିବା କୁହାଯାଉଛି । ଅର୍ଥାତ୍ ରାଜ୍ୟ ନେତାଙ୍କ ସହ କଥାବାର୍ତ୍ତା କରିବା ବଦଳରେ ସିଧା ଦିଲ୍ଲୀ ନେତାଙ୍କ ସହ କଥା ବାର୍ତ୍ତା ହୋଇ ବୈଜୟନ୍ତ ୨୦୧୯ ମୈଦାନରେ ପ୍ରବେଶ କରିବାକୁ ଚାହୁଁଛନ୍ତି ।

publive-imageମିଳିଥିବା ସୂଚନା ଅନୁସାରେ, ବୈଜୟନ୍ତ କଂଗ୍ରେସର ଜଣେ ରାଜ୍ୟସଭା ସଦସ୍ୟ ତଥା ସୋନିଆ ଓ ରାହୁଲଙ୍କ ଅତି ନିକଟତମ ଜଣେ ନେତାଙ୍କ ସହ କାଥାବାର୍ତ୍ତା କରି ରାଜ୍ୟରେ ନୂଆ ଦଳ ଗଢି କଂଗ୍ରେସ ସହ ମେଣ୍ଟ କରିବାର ପ୍ରସ୍ତାବ ରଖିଛନ୍ତି । ଉଭୟ ବୈଜୟନ୍ତ ଓ କଂଗ୍ରେସର ଏହି ଦିଲ୍ଲୀ ନେତାଙ୍କ ମଧ୍ୟରେ ବହୁବାର ଆଲୋଚନା ମଧ୍ୟ ହୋଇଛି । ହେଲେ କୈାଣସି ଚୂଡାନ୍ତ ନିଷ୍ପତ୍ତି ହୋଇପାରି ନାହିଁ ।

କୁହାଯାଉଛି, କଂଗ୍ରେସର ଏହି ଦିଲ୍ଲୀ ନେତା ଜଣକ ବୈଜୟନ୍ତଙ୍କ ସାମ୍ନାରେ ପ୍ରସ୍ତାବ ରଖି କହିଛନ୍ତି, ନୂଆ ଦଳ ଗଢି ମେଂଟ କରିବା ବଦଳରେ ଆପଣ କଂଗ୍ରେସରେ ସାମିଲ ହୋଇଯାଆନ୍ତୁ । ତେଣୁ ଏନେଇ କୈାଣସି ଚୂଡାନ୍ତ ନିଷ୍ପତ୍ତି ବା ନିଷ୍କର୍ସରେ ଉଭୟ ପକ୍ଷ ପହଁଚି ନଥିବା କୁହାଯାଉଛି ।

publive-imageବଡ କଥା ହେଉଛି, ରାଜ୍ୟ ନେତାଙ୍କ ବଦଳରେ ବୈଜୟନ୍ତ ଦିଲ୍ଲୀ ନେତାଙ୍କ ସହ ଲବି କରିବାର ଅର୍ଥ କଣ? କଂଗ୍ରେସ ସାଂଗଠନିକ କ୍ଷେତ୍ରରେ ରାଜ୍ୟରେ ଆଗକୁ ବଢୁଥିବା ବେଳେ ନିରଂଜନ ପଟ୍ଟନାୟକଙ୍କ ମାଧ୍ୟମରେ କଂଗ୍ରେସ ସହ କଥାବାର୍ତ୍ତା କରିବା ବଦଳରେ ବୈଜୟନ୍ତ ନିଜ ଦିଲ୍ଲୀ ଲିଙ୍କ ବ୍ୟବହାର କରୁଥିବା କୁହାଯାଉଛି । ଠିକ ଯେମିତି ବିଜେପିରେ ମିଶିବା ପାଇଁ ବୈଜୟନ୍ତ ତାଙ୍କ ଦିଲ୍ଲୀ ଲବିକୁ ବ୍ୟବହାର କରୁଥିଲେ ।

ଏହାରି ଭିତରେ ଅନ୍ୟ ଏକ ଦିଗ ସାମ୍ନାକୁ ଆସୁଛି । ବୈଜୟନ୍ତ ନୂଆ ଦଳ ଗଠନ ପାଇଁ ଯେଉଁ ବ୍ଲୁପ୍ରିଂଟ ପ୍ରସ୍ତୁତ କରିଛନ୍ତି, ଏଥିରେ କେଉଁମାନେ ସାମିଲ ହେବେ । କୁହାଯାଉଛି, ବିଜୟ ମହାପାତ୍ର ଏଥିପାଇଁ ନିଜ ଚୂଡାନ୍ତ ମତ ଦେଇନାହାନ୍ତି । ସେହିଭଳି ଦିଲ୍ଲୀପ ରାୟଙ୍କ ପାଇଁ ବିଜେଡି ଦ୍ୱାର ଖୋଲା ଥିବାରୁ କିଛି ସ୍ପଷ୍ଟ ନିଷ୍ପତ୍ତି ହୋଇପାରୁନାହିଁ ।

publive-imageନିର୍ବାଚନକୁ ୧୦୦ ଦିନ ବାକି ଥିବା ବେଳେ ରାଜ୍ୟ ରାଜନୀତିରେ ଏହି ନେତାମାନେ କେଉଁ ଭୂମିକା ଗ୍ରହଣ କରିବେ ତାଉପରେ ସମସ୍ତଙ୍କ ନଜର ରହିଛି । ସମସ୍ତେ ମିଶି ନୂଆ ଦଳ ଗଠନ କରି କଂଗ୍ରେସ ସହ ମେଂଟ କରିବେ ନା ଯିଏ ଯାହା ରାସ୍ତାରେ ଆଗେଇବେ, ତାକୁ ଅପେକ୍ଷା ରହିଛି ।

ବିଜେପି ରାସ୍ତା ବନ୍ଦ ହେବା ପରେ କଂଗ୍ରେସ ସହ ମେଂଟ କରିବା ପାଇଁ ବୈଜୟନ୍ତ ପଣ୍ଡା ଗୋଟିଚାଳନା କରୁଥିବା ଚର୍ଚ୍ଚା ହେଉଛି । ୨୦୧୯ ପାଇଁ ଦଳ ଗଠନ କରି ଜଣେ ଦିଲ୍ଲୀ ନେତାଙ୍କ ଜରିଆରେ ସିଟ୍ ଭାଗ ବାଂଟିବାକୁ ରଣନୀତି ହେଉଥିବା ବେଳେ କଂଗ୍ରେସ ତରଫରୁ କିନ୍ତୁ ଗ୍ରୀନ ସିଗନାଲ ମିଳିନଥିବା କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe