୨୪ରେ ବିଜେପିରେ ଯୋଗଦେବା ପ୍ରସଙ୍ଗ : ବୈଜୟନ୍ତ କହିଲେ ଏଯାଏଁ କୌଣସି ନିଷ୍ପତି ହୋଇନି

୨୪ରେ ବିଜେପିରେ ଯୋଗଦେବା ପ୍ରସଙ୍ଗ : ବୈଜୟନ୍ତ କହିଲେ ଏଯାଏଁ କୌଣସି ନିଷ୍ପତି ହୋଇନି

କନକ ବ୍ୟୁରୋ: ଆସନ୍ତା ୨୪ ତାରିଖରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦେବା ନେଇ ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା, ସେଥିରେ ଅବସାନ ଘଟାଇଛନ୍ତି ଖୋଦ୍ ବୈଜୟନ୍ତ ପଣ୍ଡା। କଟକ ଗୋପାଳପୁର ପ୍ରିମିୟର ଲିଗରେ ଯୋଗଦେଇଥିବା ବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବୈଜୟନ୍ତ ପଣ୍ଡା । ମୋଦିଙ୍କ କାର୍ଯ୍ୟକ୍ରମରେ ସେ ଯୋଗଦେବା ନେଇ କୌଣସି ନିଷ୍ପତି ହୋଇନାହିଁ ବୋଲି ବୈଜୟନ୍ତ କହିଛନ୍ତି । ଯାହା ସବୁ ଆଲୋଚନା ହେଉଛି ତାହା କେବଳ ଚର୍ଚ୍ଚା ବୋଲି କହିଛନ୍ତି ବୈଜୟନ୍ତ । ସେପଟେ ବିଜେପି କହିଛି ମୋଦିଙ୍କ କାର୍ଯ୍ୟକ୍ରମ ବେଳେ କୌଣସି ମିଶ୍ରଣ କାର୍ଯ୍ୟକ୍ରମ ନାହିଁ । ଗତ ରବିବାର ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିଥିଲେ ବୈଜୟନ୍ତ ପଣ୍ଡାଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡା । ଏହାପରେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା ।

publive-image

ତେବେ ଦଳୀୟ ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ ବୈଜୟନ୍ତଙ୍କୁ ସାମିଲ କରିବା ନେଇ ଗ୍ରୀନ ସିଗନାଲ ମିଳିନାହିଁ । ମୋଦିଙ୍କୁ ସବୁବେଳେ ପ୍ରଶଂସା କରି ଆସୁଥିବା ବୈଜୟନ୍ତଙ୍କୁ ବିଜେପିରେ ସାମିଲ କରିବା ନେଇ କେଉଁଠି ଅସୁବିଧା ରହୁଛି ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ବୈଜୟନ୍ତ ଆହୁରୀ ମଧ୍ୟ କହିଛନ୍ତି ସେ ନିର୍ବାଚନ ଲଢିବେ ନା ନାହିଁ ସେ ନେଇ କୌଣସି ନିଷ୍ପତି ହୋଇନାହିଁ । ଯଦି ଲୋକେ ଚାହିଁବେ ତେବେ ନିଶ୍ଚୟ ନିର୍ବାଚନ ଲଢିବି ବୋଲି ବୈଜୟନ୍ତ କହିଛନ୍ତି ।

publive-image

ଅନ୍ୟପକ୍ଷରେ ଗତକାଲି ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଗୋପସ୍ଥିତ ଜିଲ୍ଲା ବିଜେପି କାର‌୍ୟ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗଦେଇ ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡା ଜିଲ୍ଲାର ୫ଟି ବିଧାନସଭା କ୍ଷେତ୍ରରୁ କିପରି ଅଧିକ ସଂଖ୍ୟକ ବିଜେପି କର୍ମକର୍ତ୍ତା କାର‌୍ୟ୍ୟକ୍ରମରେ ଯୋଗ ଦେବେ ସେ ନେଇ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତଙ୍କ ବିଜେପିରେ ଯୋଗ ଦେବା ସମ୍ପର୍କରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଏଭଳି କୌଣସି ଯୋଜନା ନାହିଁ ବୋଲି ଶ୍ରୀ ପଣ୍ଡା ସ୍ପଷ୍ଟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe