କନକ ବ୍ୟୁରୋ: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଡିଜିସିଏ କ୍ଲିନ୍ ଚିଟ୍ ମିଳିବା ପରେ କେବେ ଖୋଲିବ ଇମ୍ଫା ହ୍ୟାଙ୍ଗର ଓ କେବେ ମୁକ୍ତ ହେବ ୩ଟି ହେଲିକପ୍ଟର, ତା ଉପରେ ଏବେ ନଜର ରହିଛି । ବୈଜୟନ୍ତ ଉଡାଣରେ କିଛି ଆଇନ ଉଲ୍ଲଂଘନ କରିନାହାଁନ୍ତି କିମ୍ବା ଚିଲିକା ଉପରେ ଓହ୍ଲାଇ ନାହାଁନ୍ତିି ବୋଲି ଡିଜିସିଏ ରିପୋର୍ଟ ଦେଇଛି । ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଏହା ଜଣାଇଛନ୍ତି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ବା ଡିଜିସିଏ । ଚିଠି ପାଇବା ପରେ ବିମାନବନ୍ଦର କର୍ତୃପକ୍ଷ ପଦକ୍ଷେପ ନେଇଛନ୍ତି। ପୁରୀ ଜିଲ୍ଲା ଏସ୍‌ପିଙ୍କ ପାଖକୁ ଚିଠି ପଠାଇ ଦିଆଯାଇଥିବା ବିମାନବନ୍ଦର ନିର୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି।

Advertisment

publive-image

ଶ୍ରୀ ହୋତା ଆହୁରି କହିଛନ୍ତି ଯେ ଏଥିରେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କର କିଛି କରିବାର ନାହିଁ। ମାମଲା ହେବା ପରେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ହ୍ୟାଙ୍ଗର ଓ ଇମ୍ଫାର ତିନିଟି ହେଲିକପ୍ଟରକୁ ପୁଲିସ ସିଜ୍ କରିଛି। ପୁଲିସ ରିପୋର୍ଟ ଆଧାରରେ ଡିଜିସିଏ ତଦନ୍ତ କରିଥିଲେ। ଡିଜିସିଏର ଏକ ଟିମ୍ ଏଠାକୁ ଆସି ତଦନ୍ତ କରିଥିଲେ। ତଦନ୍ତ ରିପୋର୍ଟ ମିଳିବା ପରେ ତାହାକୁ ପୁରୀ ଏସପିଙ୍କ ନିକଟକୁ ପଠାଇ ଦିଆଯାଇଛି। ସେମାନେ ଯାହା କିଛି ପଦକ୍ଷେପ ନେବେ। ଆମର କିଛି କରିବାର ନାହିଁ। ଯେଉଁଠି ଆବଶ୍ୟକ ପଡ଼ିବ, ଆମେ ପୁଲିସକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବୁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ,ବୈଜୟନ୍ତଙ୍କ ବିରୋଧରେ ଚିଲିକା ଉପରେ ଅତି କମ୍ ଉଚ୍ଚତାରେ ହେଲିକଫ୍ଟର ଉଡାଇଥିବା ଅଭିଯୋଗ ହୋଇଥିଲା । ଏ ନେଇ ତଦନ୍ତ କରିବାକୁ ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ ଡିଜିସିଏକୁ ଅନୁରୋଧ କରିଥିଲେ । ଗତ ସେପ୍ଟେମ୍ବର ୧୫ ତାରିଖରେ ଇମ୍ଫା ହେଲିକଫ୍ଟର-ଆର୍-୪୪ ଉଡାଣର ସଂପୂର୍ଣ୍ଣ ବିବରଣୀ ଦେବାକୁ କୁହାଯାଇଥିଲା । ଚିଲିକା ଉପରେ ଅତି ବିପଦଜନକ ଭାବେ ବୈଜୟନ୍ତ ପଣ୍ଡା ହେଲିକଫ୍ଟର ଉଡାଇଥିବା ନେଇ ଓଡ଼ିଶା ପୋଲିସ ମଧ୍ୟ ଅଭିଯୋଗ କରିଥିଲା । ଏବେ ଡିଜିସିଏର ଚିଠି ପାଇବା ପରେ ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ ଏହାକୁ ପୁରୀ ଜିଲ୍ଳା ଏସପିଙ୍କ ନିକଟକୁ ପଠାଇ ଦେଇଛନ୍ତି ।