ବିଜେପିରେ ବୈଜୟନ୍ତଙ୍କୁ ମିଳିଲା ବଡ ଦାୟିତ୍ୱ । ଜାତୀୟ-ଉପସଭାପତି ସହ ମୁଖପାତ୍ର ଭାବେ ହେଲେ ନିଯୁକ୍ତ

747

କନକ ବ୍ୟୁରୋ : ବିଜେପିରେ ବୈଜୟନ୍ତଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ବିଜେପିର ଜାତୀୟ-ଉପସଭାପତି ସହ ବୈଜୟନ୍ତଙ୍କୁ ଦଳର ମୁଖପାତ୍ର ଭାବେ ଦାୟିତ୍ୱ ଦିଆଯାଇଛି । ବିଜେପି ସଭାପତି ଅମିତ ଶାହା ବୈଜୟନ୍ତଙ୍କ କାନ୍ଧରେ ଏହି ଗୁରୁଦାୟିତ୍ୱ ଦେଇଛନ୍ତି । ଆଗକୁ ନିର୍ବାଚନ ଆସୁଥିବାରୁ ବିଭିନ୍ନ ଗଣମାଧ୍ୟମରେ ବୈଜୟନ୍ତଙ୍କୁ ବିଜେପିର ପକ୍ଷ ରଖୁଥିବାର ଦେଖିବାକୁ ମିଳିବ । ତେବେ ମାତ୍ର ୪ ଦିନ ତଳେ ବିଜେପିରେ ମିଶିଥିବା ବୈଜୟନ୍ତଙ୍କୁ ଦଳୀୟ ପଦପଦବୀରେ ନିଯୁକ୍ତି ମିଳିବା ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି ।

ଗତ ୪ ତାରିଖ ଦିନ ଦିଲ୍ଲୀରେ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଥିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ବିଜେଡିରୁ ନିଲମ୍ବିତ ହେବାର ୧ ବର୍ଷ ପରେ ପଦ୍ମ ପୋଖରୀକୁ ଲମ୍ପ ଦେଇଥିଲେ ବୈଜୟନ୍ତ । ତେବେ ବୈଜୟନ୍ତଙ୍କୁ ଏହି ଦଳୀୟ ପଦପଦବୀରେ ନିଯୁକ୍ତି ମିଳିବା ପରେ ବିଜେପିରେ ତାଙ୍କୁ ଗୁରୁତ୍ୱ ଦିଆଯାଉଥିବା ଚର୍ଚ୍ଚା ଆରମ୍ଭ ହୋଇଛି ।