କନକ ବ୍ୟୁରୋ: ଚିଲିକା ଉପରେ ହେଲିକପ୍ଟର ଉଡାଣ ମାମଲାରେ ଦିଲ୍ଲୀ ଡିଜିସିଏ ଅଫିସରେ ହାଜର ହେଲେ ବୈଜୟନ୍ତ ପଣ୍ଡା । ଡିଜିସିଏ ଅଫିସରେ ହାଜର ପାଇଁ ତାଙ୍କୁ ନୋଟିସ କରାଯାଇଥିଲା । ସେପଟେ ଭୁବନେଶ୍ୱର ବିମାନ ବନ୍ଦର କର୍ତୃପକ୍ଷ ନିର୍ଦ୍ଦେଶକ ସୁରେଶ ହୋତା କହିଛନ୍ତି ଯେ, ଡିଜିସିଏ ଚିଲିକା ଉପରେ ବୈଜୟନ୍ତଙ୍କ ହେଲିକପ୍ଟର ଉଡ଼ାଣ ବାବଦରେ ଯାହା ରିପୋର୍ଟ ମାଗିଥିଲେ ଦେଇଛୁ ।
source: google.co.inହେଲିକପ୍ଟର ଉଡ଼ାଣ ସମ୍ପର୍କରେ ଯାହା ଆଲୋଚନା କରିଛନ୍ତି ସେଇ ଆଧାରରେ ରିପୋର୍ଟ ଦେଇଛୁ । ଆଉ ମଧ୍ୟ କିଛି ଦେବାର ବାକି ଅଛି । ଆମର ନୋଟିସ୍ ଦେବାରେ କିଛି ଅସୁବିଧା ନାହିଁ । ସର୍ଭିସ ପ୍ରୋଭାଡର ହିସାବରେ ବିମାନବନ୍ଦର କର୍ତ୍ତୁପକ୍ଷ ରିପୋର୍ଟ ଦେବ । ଏହାପରେ ଡିଜିସିଏ ଯାହା ନିଷ୍ପତି ନେବେ ବୋଲି କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶ ସୁରେଶ ହୋତା ।
ସେପଟେ ପ୍ରାୟ ଏକ ଘଣ୍ଟା ଧରି ଡିଜିସିଏରେ ହାଜର ହୋଇଥିବା ବୈଜୟନ୍ତ ପଣ୍ଡାଙ୍କୁ ପଚରାଉଚରା କରିଛନ୍ତି ଡିଜିସିଏ ଅଧିକାରୀ । ସୁଚନା ମୁତାବକ ଡିଜିସିଏର ୩ ଜଣ ଅଧିକାରୀ ବୈଜୟନ୍ତଙ୍କୁ ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ ସମ୍ପର୍କରେ ପଚରାଉଚରା କରିଥିଲେ । ପଚରା ଉରୁରା ପରେ ବୈଜୟନ୍ତ କହିଛନ୍ତି ଯେ, ମୋ ଉପରେ ମିଥା ଆରୋପ ଲଗାଯାଉଛି । ଲୋକଙ୍କ ସହିତ ମୁଁ ଜଡ଼ିତ । ପୂର୍ବରୁ ଅନେକ ବ୍ୟକ୍ତି ଚିଲିକା ଉପରେ ଉଡ଼ାଣ ଭରିଛନ୍ତି । ତାଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ବୋଲି ପ୍ରଶ୍ନ କରିଛନ୍ତି ବୈଜୟନ୍ତ ।/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/Baijayant-Panda-chopper.jpg)