କନକ ବ୍ୟୁରୋ: ଆଜି ବାହୁଡା ଦଶମୀ । ନବ ଦିନ ବ୍ୟାପି ଲୀଳାଖେଳା ସାରି ମହାପ୍ରଭୁ ଜଗନ୍ନାଥ , ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରା ଆଜି ଶ୍ରୀମନ୍ଦିର ଅଭିମୁଖେ ବାହୁଡିଯିବେ । ଆଜି ଜନ୍ମବେଦୀ ଛାଡି ପୁଣି ନୀଳକନ୍ଦରକୁ ଫେରିଯିବେ ଚତୁର୍ଦ୍ଧାମୁରତି ।
ସକାଳ ୪ଟା ସୁଦ୍ଧା ମଙ୍ଗଳ ଆଳତି ଶେଷ ହେବା ପରେ ୬ରୁ ବାହୁଡା ଯାତ୍ରା ପାଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ।
ସୁରୁଖୁରୁରେ ଓ ଶୃଙ୍ଖଳିତ ନୀତିକାନ୍ତି ଭିତରେ ବାହୁଡା ଯାତ୍ରା ଯେପରି ସଂପନ୍ନ ହେବ ସେଥିପାଇଁ ଶ୍ରୀକ୍ଷେତ୍ରରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଦିନ ୧୧ଟାରେ ହେବ ଠାକୁରଙ୍କ ପହଣ୍ଡି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/07/vlcsnap-2017-07-03-07h37m20s481.png)