ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ଆରମ୍ଭ: ଧାଡି ପହଣ୍ଡିରେ ଆସୁଛନ୍ତି ହଦଳୀମୁହିଁ ମା’ ସୁଭଦ୍ରା

183

କନକ ବ୍ୟୁରୋ: ପ୍ରଥମେ ଚକ୍ରରାଜ, ପରେ ବଡଭାଇ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ । ଧାଡି ପହଣ୍ଡିରେ ଆସୁଛନ୍ତି ହଳଦୀ ମୁହିଁ ଦେବୀ ସୁଭଦ୍ରା । ଦେବଦଳନ ରଥରେ ବିଜେ କରିବେ ମାଆ ସୁଭଦ୍ରା । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମାଆ ସୁଭଦ୍ରା ଦେବଦଳନ ରଥରେ ସ୍ଥାପନା କରିବା ପରେ ବଡଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଗୁଣ୍ଡିଚାଘରୁ ଅଣାଯାଇଛି ।

ଦିବ୍ୟ ଟାହିଆ ସୁଶୋଭିତ ହୋଇ ବଡଠାକୁର ଝୁଲି ଝୁଲି  ଆସିବାର ଦୃଶ୍ୟ ସତରେ ସମସ୍ତଙ୍କୁ ବିମୋହିତ କରିଛି । ତେବେ ବଡଭାଇ ବଡଦେବଙ୍କ ପରେ ପରେ ଗୁଣ୍ଡିଚା ଘରୁ ପହଣ୍ଡିରେ ବାହରିଛନ୍ତି ଦେବୀ ସୁଭଦ୍ରା ।

ବିଧି ବ୍ୟବସ୍ଥା ଅନୁସାରେ, ଆଜି ସକାଳେ ମଙ୍ଗଳ ଆଳତି ପରେ ମଇଲମ, ତଡ଼ପ ଲାଗି ଓ ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ବେଶ ଲାଗି, ଦ୍ଵାରପାଳ ପୂଜା କରାଯାଇଛି । ମୁଦିରଥ, ପତିମହାପାତ୍ର ଓ ବଡ଼ପଣ୍ଡାମାନେ ମଙ୍ଗଳାର୍ପଣ କରିବା ପରେ ଦଇତାପତି ଶ୍ରୀଜିଉଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କରିଛନ୍ତି । ଖୁଣ୍ଟିଆ ‘ମଣିମା’ ଡାକ ଦେବା ପରେ ଆରମ୍ଭ ହୋଇଛି ଚତୁର୍ଧାବିଗ୍ରହଙ୍କ ପହଣ୍ଡି ।