ଚକ୍ରରାଜ ସୁଦର୍ଶନଙ୍କ ପରେ ଗୁଣ୍ଡିଚାଘରୁ ରଥାରୁଢ଼ ପାଇଁ ପହଣ୍ଡିରେ ପ୍ରଭୁ ବଳଦେବ; ଦିବ୍ୟ ଟାହିଆ ସୁଶୋଭିତ ହୋଇ ଝୁଲିଝୁଲି ଆସିଲେ ବଡ଼ଠାକୁର

95

କନକ ବ୍ୟୁରୋ: ସରିଲା ଚକ୍ରରାଜଙ୍କ ପହଣ୍ଡି, ଆରମ୍ଭ ହେଲା ବଡଠାକୁର ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି । ପହଣ୍ଡିବିଜେ ନୀତି ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା ହୋଇଛନ୍ତି ଚକ୍ରରାଜ ସୁଦର୍ଶନ ମହାପ୍ରଭୁ । ଏହା ପରେ ପରେ ଆରମ୍ଭ ହୋଇଛି ବଡଭାଇ ବଳରାମଙ୍କ ପହଣ୍ଡିବିଜେ ନୀତି । ବରଷକେ ଥରେ ରତ୍ନବେଦୀ ଛାଡି ଜନ୍ମବେଦୀକୁ ଭାଇ-ଭଉଣୀଙ୍କୁ ସାଥିରେ ଘେନି ଧାଇଁ ଆସନ୍ତି ବଡଠାକୁର । ନଅ ଦିନ କାଳ ଗୁଣ୍ଡିଚା ମନ୍ଦିରରେ ଲୀଳା ଖେଳା ସାରି ପୁଣି ଫେରିଯାଆନ୍ତି ନୀଳକନ୍ଦରକୁ ।

ତେବେ ନିର୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି ଚତୁର୍ଧାମୂର୍ତ୍ତିଙ୍କ ପହଣ୍ଡିବିଜେ ନୀତି । ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ପରେ ଆରମ୍ଭ ହୋଇଛି ବଡଠାକୁର ପ୍ରଭୁ ଶ୍ରୀବଳଭଦ୍ରଙ୍କ ପହଣ୍ଡିବିଜେ ନୀତି । ଧାଡି ପହଣ୍ଡିରେ ଶ୍ରୀବିଗ୍ରହଙ୍କୁ ଜଣ ଜଣ କରି ସେବାୟତ ମାନେ ପହଣ୍ଡି କରି ତିନି ରଥକୁ ଆଣୁଛନ୍ତି । ପାରମ୍ପରିକ ଭାବେ ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ଦେବୀ ସୁଭଦ୍ରାଙ୍କ ରଥରେ ସ୍ଥାପନା କରାଯିବା ପରେ ବଡ ଭାଇ ତଥା ପ୍ରଭୁ ବଳଭଦ୍ରଙ୍କର ପହଣ୍ଡିବିଜେ ନୀତି ଅନୁଷ୍ଠିତ ହୋଇଛି ।