ଶ୍ରୀଜିଉଙ୍କ ପବିତ୍ର ବାହୁଡା ଯାତ୍ରା । ସକାଳ ଧୂପ ପରେ ପହଣ୍ଡି ଆରମ୍ଭ । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ନୀତି

91

କନକ ବ୍ୟୁରୋ: ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରା । ଶ୍ରୀଗୁଣ୍ଡିଚା ମନ୍ଦିରରେ ନବ ଦିନାତ୍ମକଯାତ୍ରା , ଲୀଳାଖେଳା ସାରି ଆଜି ପୁଣି ନୀଳକନ୍ଦରକୁ ବାହୁଡି ଯିବେ ଚତୁର୍ଧାମୂରତି । ତେବେ କରୋନା ମହାମାରୀ ପାଇଁ ଚଳିତ ବର୍ଷ ବିନା ଭକ୍ତରେ ପାଳିତ ହେଉଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ନଅ ଦିନରେ ଲୀଳା ଖେଳା ସାରି ଆଜି ଭାଇ ଭଉଣୀଙ୍କୁ ସାଥିରେ ଘେନି ଜନ୍ମବେଦୀରୁ ରତ୍ନବେଦୀକୁ ଯାତ୍ରା କରିବା କାଳିଆ ସାଆନ୍ତ ।

ତେବେ କଡା କଟକଣା ଭିତରେ ଆରମ୍ଭ ହୋଇଛି ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି । ଏହି ଅବସରରେ ଆରମ୍ଭ ହୋଇଛି ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି । ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା କରିବା ପାଇଁ ସେବାୟତ ମାନେ ଆରମ୍ଭ କରିଛନ୍ତି ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି । ଜନ୍ମବେଦୀରୁ ରତ୍ନବେଦୀକୁ ଯିବେ ଚତୁର୍ଦ୍ଧା ମୂରତି। ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ ତିନିଠାକୁର । ଶ୍ରୀଜିଉଙ୍କ ଯଥାରୀତି ନୀତିକାନ୍ତି ଶେଷ ହେବା ପରେ ନିଦ୍ଧାରିତ ସମୟରେ ଆରମ୍ଭ ହୋଇଯାଇଛି ପହଣ୍ଡି ।