ଆଜି ପବିତ୍ର ବାହୁଡାଯାତ୍ରା । ଭାଇ ଓ ଭଉଣୀଙ୍କ ସହ ଜନ୍ମବେଦୀରୁ ଫେରିବେ ମହାପ୍ରଭୁ ।

ଆଜି ପବିତ୍ର ବାହୁଡାଯାତ୍ରା । ଭାଇ ଓ ଭଉଣୀଙ୍କ ସହ ଜନ୍ମବେଦୀରୁ ଫେରିବେ ମହାପ୍ରଭୁ ।

କନକ ବ୍ୟୁରୋ : ଶ୍ରୀଗୁଣ୍ଡିଚା ମନ୍ଦିରରେ ନବ ଦିନାତ୍ମକ ଯାତ୍ରା, ଲୀଳାଖେଳା ଶେଷ କରି ଚତୁର୍ଦ୍ଧାମୂର୍ତ୍ତି ଆଜି ବାହୁଡ଼ିବେ। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ତିନି ରଥ ପ୍ରସ୍ତୁତ ରହିଛି। ରାତିରେ ତିନି ରଥରେ ଚାରମାଳ ବନ୍ଧା କାମ ମଧ୍ୟ ସରିଛି। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାକୁ ସଫଳ କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

-ମଧ୍ୟାହ୍ନ ୧୨ଟାରୁ ୨ଟା ୩୦ ମଧ୍ୟରେ ବାହୁଡା ପହଣ୍ଡି
-ଗୋଟାଏରୁ ୨ଟା ୩୦ ମଧ୍ୟରେ ବେଶଶେଷ
-ଅପରାହ୍ନ ୨ଟା୩୦ରୁ ୩ଟା୩୦ ଛେରାପହଁରା
-ଅପରାହ୍ନ ୪ଟାରେ ହେବ ରଥଟଣା

ବାହୁଡାଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୁଲିସ ଫୋର୍ସ ସହ ହଜାରେ ପୁଲିସ ଅଧିକାରୀ ମୁତୟନ ରହିବେ । ନବଦିନାତ୍ମକ ଯାତ୍ରା ଶେଷ କରି ଫେରୁଥିବାରୁ ବାହୁଡା ଯାତ୍ରା ଦେଖିବାକୁ ପୁରୀରେ ଭକ୍ତଙ୍କ ଗହଳି ବଢୁଛି । ବୁଧବାରର ବାହୁଡା ଯାତ୍ରା ପରେ ଗୁରୁବାର ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe