କନକ ବ୍ୟୁରୋ : ବିଦେଶରେ ବି ପାଳିତ ହୋଇଯାଇଛି ମହାପ୍ରଭୁଙ୍କ ବାହୁଡା ଯାତ୍ରା । କୋଭିଡ କଟକଣା ମଧ୍ୟରେ ଏହା ପାଳିତ ହୋଇଛି । ଇସ୍କନ ମନ୍ଦିର ସହାୟତାରେ ସ୍ଥାନୀୟ ବାହାରିନ ଓଡିଆ ସମାଜ ପକ୍ଷରୁ ବାହୁଡା ଯାତ୍ରା ହୋଇଛି । ଏହାସହ ୧୨ ତାରିଖରୁ ଚାଲିଥିବା ନବଦିନାତ୍ନକ ଯାତ୍ରା ବି ଶେଷ ହୋଇଛି । ଜୁଲାଇ ୧୨ ତାରିଖରେ ହୋଇଥିବା ରଥ ଯାତ୍ରାରେ ବାହାରିନରେ ଥିବା ଭାରତର ରାଷ୍ଟଦୂତ ପୀୟୁଷ ଶ୍ରୀବାସ୍ତବ ସାମିଲ ହୋଇଥିଲେ । ସେଠାରେ ସେ ପ୍ରାର୍ଥନା କରିବା ସହ ରଥ ଟାଣିଥିଲେ ।
ଏହି ଅବସରରେ ଭର୍ଚୁଆଲ ପ୍ଲାଟଫର୍ମରେ ଏକ ଭଜନ ସନ୍ଧ୍ୟାର ବି ଆୟୋଜନ କରାଯାଇଥିଲା । ବାହାରିନ ରଥ ଯାତ୍ରା ଅବସରରେ ପୁରୀ ଗଜପତି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ନିଜ ବାର୍ତ୍ତା ଦେଇଥିଲେ । ବାହାରିନ ରଥଯାତ୍ରାରେ ଓଡିଆ ଭଜନ, ଓଡିଶୀ ନୃତ୍ୟ ଓ ଲୋକସଙ୍ଗୀତର ଝଲକ ଦେଖିବାକୁ ମିଳିଥିଲା । ଏଥିରେ ଭର୍ଚୁଆଲ ମାଧ୍ୟମରେ ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସାମିଲ ହୋଇ ବାହାରିନ ଓଡିଆ ସମାଜର ଏହି ପଦକ୍ଷେପକୁ ପ୍ରଂଶସା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/vlcsnap-2021-07-21-08h14m57s421.png)