ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ନୀତି : ରଥାରୁଢ ହେଲେ ହଦଳୀମୁହିଁ ମା’ ସୁଭଦ୍ରା

ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ନୀତି : ରଥାରୁଢ ହେଲେ ହଦଳୀମୁହିଁ ମା’ ସୁଭଦ୍ରା

କନକ ବ୍ୟୁରୋ : ଆଜି ମହାପ୍ରଭୁଙ୍କ ବାହୁଡାଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ଶ୍ରୀଜୀଉ ଫେରିବେ । ଜନ୍ମବେଦୀରୁ ନୀଳକନ୍ଦର ଫେରିବେ । ବାହୁଡା ଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ରହିଛି । ଭକ୍ତଙ୍କ ଗହଳିରେ ଶରଧାବାଲି ଉଛୁଳି ଉଠୁଛି । ଭୋରରୁ ନୀତିକାନ୍ତି ଆରମ୍ଭ ହୋଇଛି ।

ପ୍ରଥମେ ଚକ୍ରରାଜ ସୁଦର୍ଶନ ଏବଂ ପରେ ବଡ ଭାଇ ବଳଭଦ୍ରଙ୍କ ପରେ ଆରମ୍ଭ ହୋଇଛି ଦେବୀ ସୁଭଦ୍ରାଙ୍କ ପହଣ୍ଡିବିଜେ ନୀତି । ଧାଡି ପହଣ୍ଡିରେ ରଥକୁ ବିଜେ କରୁଛନ୍ତି ତିନି ଠାକୁର । ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ଆରମ୍ଭ । ଧାଡି ପହଁଣ୍ଡିରେ ଆସୁଛନ୍ତି ଦେବୀ ସୁଭଦ୍ରା । ଦେବଦଳନ ରଥରେ ବିଜେ କରିବେ ଦେବୀ ସୁଭଦ୍ରା । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଶ୍ରୀମନ୍ଦିରରୁ ରଥାରୁଢ଼ କରାଯାଇଛି । ସୁଦର୍ଶନଙ୍କ ପରି ଦେବୀ ସୁଭଦ୍ରାଙ୍କୁ ସେବାୟତମାନେ କାନ୍ଧରେ ଧରି ପହଣ୍ଡି କରି ଆଣିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe