ଆଜି ମହାପ୍ରଭୁଙ୍କ ବାହୁଡାଯାତ୍ରା ! ଭାଇ,ଭଉଣୀଙ୍କ ସହ ଜନ୍ମବେଦୀରୁ ଯିବେ ନୀଳକନ୍ଦର

Advertisment
ଆଜି ମହାପ୍ରଭୁଙ୍କ ବାହୁଡାଯାତ୍ରା ! ଭାଇ,ଭଉଣୀଙ୍କ ସହ ଜନ୍ମବେଦୀରୁ ଯିବେ ନୀଳକନ୍ଦର

କନକ ବ୍ୟୁରୋ: ଶ୍ରୀଗୁଣ୍ଡିଚା ମନ୍ଦିରରେ ନବ ଦିନାତ୍ମକ ଯାତ୍ରା, ଲୀଳାଖେଳା ଶେଷ କରି ଚତୁର୍ଦ୍ଧାମୂର୍ତ୍ତି ଆଜି ବାହୁଡ଼ିବେ। ଗତକାଲି ବିନା ଭକ୍ତରେ ସନ୍ଧ୍ୟା ଦର୍ଶନ ଶେଷ ହେବା ପରେ ଆଜି ବାହୁଡ଼ାଯାତ୍ରାରେ ଫେରିବେ। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ତିନି ରଥ ପ୍ରସ୍ତୁତ ରହିଛି। ରାତିରେ ତିନି ରଥରେ ଚାରମାଳ ବନ୍ଧା କାମ ମଧ୍ୟ ସରିଛି। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାକୁ ସଫଳ କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରଥଯାତ୍ରା ପାଇଁ ଆଜି ପୁରୀ ସହର ସମେତ ସମଗ୍ର ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଛି।

ମଙ୍ଗଳବାର ରାତିରୁ ୨ ତାରିଖ ଅର୍ଥାତ ଗୁରୁବାର ରାତି ୧୦ଟା ପର୍ଯ୍ୟନ୍ତ ପୁରୀ ଜିଲ୍ଲାରେ କର୍ଫ୍ୟୁ ବଳବତ୍ତର ରହିବ। ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ବଡ଼ଦାଣ୍ଡକୁ କାହାକୁ ଆସିବାକୁ ଦିଆଯିବନାହିଁ। କେବଳ ସେବକମାନେ ରଥ ଟାଣିବେ। ବଡ଼ଦାଣ୍ଡରେ କଡ଼ା ସୁରକ୍ଷା ଭିତରେ ସବୁ କିଛି କରାଯିବ। ସୁରକ୍ଷା ପାଇଁ ୭୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପୁରୀର ସମସ୍ତ ପ୍ରବେଶ ପଥ ସିଲ୍ କରାଯିବା ସହିତ ଗଳିକନ୍ଦିକୁ ସିଲ୍ କରାଯାଇଛି।

ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଆଜି ଭୋର ୪ଟାରେ ମଙ୍ଗଳଆଳତି, ମଇମଲ ୪ଟା ୧୫, ତଡ଼ପଲାଗି ୪ଟା ୩୦, ରୋଷହୋମ ୪ଟା ୩୦, ଅବକାଶ ଭୋର ୫ଟା, ସୂର୍ଯ୍ୟପୂଜା ୫ଟା ୧୫, ଦ୍ବାରପାଳ ପୂଜା ୫ଟା ୩୦ ସହ ୫ଟା ୩୦ ସୁଦ୍ଧା ବେଶଶେଷ ହୋଇଛି । ସକାଳ ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳଧୂପ ( ଖେଚୁଡ଼ି ଭୋଗ) କରାଯାଇଥିବା ବେଳେ ପରେ ସକାଳ ୭ଟାରୁ ୭ଟା ୩୦ ମଧ୍ୟରେ ସେନାପଟା ଲାଗି ହେବ। ସକାଳ ୭ଟା ୪୫ରେ ମଙ୍ଗଳାର୍ପଣ କରାଯାଇ ସକାଳ ୮ଟାରୁ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ପୂର୍ବାହ୍ଣ ୧୦ଟା ସୁଦ୍ଧା ବାହୁଡ଼ା ପହଣ୍ଡି ଶେଷ ହେବ। ସକାଳ ୯ଟାରୁ ପୂର୍ବାହ୍ଣ ୧୦ଟା ୩୦ ମଧ୍ୟରେ ବେଶଶେଷ ହେବ। ପୂର୍ବାହ୍ଣ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଛେରାପହଁରା ଅନୁଷ୍ଠିତ ହେବ।

ସେହିଭଳି ଚାରମାଳ ଫିଟା ଓ ଘୋଡ଼ାଲାଗିବା ମଧ୍ୟାହ୍ନ ୧୨ଟାରେ ଶେଷ ହୋଇ ରଥଟଣା ଆରମ୍ଭ ହେବ। ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାକୁ ସଫଳ କରିବାକୁ ଜିଲ୍ଲା ପ୍ରଶାସନ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି। ଏ ପଟେ ଜୁଲାଇ ୨ ତାରିଖରେ ସୁନା ବେଶ ପାଇଁ ସିଂହଦ୍ବାରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ବାହୁଡ଼ା ଯାତ୍ରାରେ ସାମିଲ ପାଇଁ ସମସ୍ତ ସେବକଙ୍କ କରୋନା ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe