ଘୋଷଯାତ୍ରାରେ ତିନିଠାକୁରଙ୍କ ରଥ ଟାଣିଲେ ବାହୁବଳୀ ସେବାୟତ । ଚର୍ଚ୍ଚାରେ ଦାମୋଦର ଗୋଛିକାର, ଲୋକନାଥ ମୁଦିରସ୍ତ ଏବଂ ଅନିଲ ଗୋଛିକାର ।

116

କନକ ବ୍ୟୁରୋ: ଏଥର ରଥଯାତ୍ରାରେ ସେବାୟତଙ୍କ ପାଇଁ ବଢ଼ି ଯାଇଥିଲା ଦାୟିତ୍ୱ । ଭକ୍ତଙ୍କ ଅନୁପସ୍ଥିତରେ ରଥକୁ ଟାଣିବାର ଗୁୁରୁଦାୟିତ୍ୱ ସେବାୟତଙ୍କ ହାତକୁ ଚାଲି ଆସିଥିଲା । ଆଉ ବେଶ ଦାୟିତ୍ୱ ଓ ନିଷ୍ଠାର ସହ ତିନି ରଥକୁ ଟାଣି ନେଇଥିଲେ ସେବାୟତ ।

ଏହାରି ଭିତରେ ୩ ଜଣ ବାହୁବଳୀ ସେବାୟତଙ୍କ ଉପରେ ପଡିଥିଲା କନକ ନ୍ୟୁଜର ନଜର । ନିଜର ସମସ୍ତ ବଳ ଲଗାଇ ମହାପ୍ରଭୁଙ୍କ ରଥକୁ ଟାଣି ଟାଣୁଥିଲେ ଏହି ବାହୁବଳୀ ସେବାୟତମାନେ । ଦାମୋଦର ଗୋଛିକାର, ଲୋକନାଥ ମୁଦିରସ୍ତ ଓ ଅନୀଲ ଗୋଛିକାର – ଠାକୁରଙ୍କ ସେବା ପାଇଁ ବର୍ଷତମାମ ନିଜକୁ ପ୍ରସ୍ତୁତ ରଖୁଥିବା ଏହି ବାହୁବଳୀ ସେବାୟତଙ୍କ ଭୂମିକା ଏଥର ଖୁବ୍ ବଢ଼ିଯାଇଥିଲା । କାରଣ, ବିନା ଭକ୍ତଙ୍କ ସହାୟତାରେ ମହାବାହୁଙ୍କ ରଥ ଟାଣିବା, ସହଜ ନଥିଲା । ହେଲେ ସେବାୟତଙ୍କ ନିଷ୍ଠା, ତିନି ଠାକୁରଙ୍କ ମନ ଜିଣି ନେଲା ଓ ରଥ ଆଗକୁ ଗଡ଼ି ଚାଲିଲା ।

ପୁରୀରେ ଥିବା ଜାଗା ଆଖଡା ଗୁଡିକରେ ବର୍ଷସାରା ଚାଲେ ଏମାନଙ୍କ ବ୍ୟାୟାମ ଓ କସରତ । ପୂର୍ବରୁ ଯେତେବେଳେ ପୋଲିସ ବ୍ୟବସ୍ଥା ନଥିଲା ମହାପ୍ରଭୁ ଓ ଶ୍ରୀମନ୍ଦିରର ସୁରକ୍ଷା କରୁଥିଲେ ଏହିଭଳି ବାହୁବଳୀ ସେବାୟତ ଆଉ ସେଥିପାଇଁ ପୁରୀରେ ଜାଗା ଆଖଡା ପରମ୍ପରା ରହିଆସିଛି ।