କନକ ବ୍ୟୁରୋ: ଏଥର ରଥଯାତ୍ରାରେ ସେବାୟତଙ୍କ ପାଇଁ ବଢ଼ି ଯାଇଥିଲା ଦାୟିତ୍ୱ । ଭକ୍ତଙ୍କ ଅନୁପସ୍ଥିତରେ ରଥକୁ ଟାଣିବାର ଗୁୁରୁଦାୟିତ୍ୱ ସେବାୟତଙ୍କ ହାତକୁ ଚାଲି ଆସିଥିଲା । ଆଉ ବେଶ ଦାୟିତ୍ୱ ଓ ନିଷ୍ଠାର ସହ ତିନି ରଥକୁ ଟାଣି ନେଇଥିଲେ ସେବାୟତ ।
ଏହାରି ଭିତରେ ୩ ଜଣ ବାହୁବଳୀ ସେବାୟତଙ୍କ ଉପରେ ପଡିଥିଲା କନକ ନ୍ୟୁଜର ନଜର । ନିଜର ସମସ୍ତ ବଳ ଲଗାଇ ମହାପ୍ରଭୁଙ୍କ ରଥକୁ ଟାଣି ଟାଣୁଥିଲେ ଏହି ବାହୁବଳୀ ସେବାୟତମାନେ । ଦାମୋଦର ଗୋଛିକାର, ଲୋକନାଥ ମୁଦିରସ୍ତ ଓ ଅନୀଲ ଗୋଛିକାର - ଠାକୁରଙ୍କ ସେବା ପାଇଁ ବର୍ଷତମାମ ନିଜକୁ ପ୍ରସ୍ତୁତ ରଖୁଥିବା ଏହି ବାହୁବଳୀ ସେବାୟତଙ୍କ ଭୂମିକା ଏଥର ଖୁବ୍ ବଢ଼ିଯାଇଥିଲା । କାରଣ, ବିନା ଭକ୍ତଙ୍କ ସହାୟତାରେ ମହାବାହୁଙ୍କ ରଥ ଟାଣିବା, ସହଜ ନଥିଲା । ହେଲେ ସେବାୟତଙ୍କ ନିଷ୍ଠା, ତିନି ଠାକୁରଙ୍କ ମନ ଜିଣି ନେଲା ଓ ରଥ ଆଗକୁ ଗଡ଼ି ଚାଲିଲା ।
ପୁରୀରେ ଥିବା ଜାଗା ଆଖଡା ଗୁଡିକରେ ବର୍ଷସାରା ଚାଲେ ଏମାନଙ୍କ ବ୍ୟାୟାମ ଓ କସରତ । ପୂର୍ବରୁ ଯେତେବେଳେ ପୋଲିସ ବ୍ୟବସ୍ଥା ନଥିଲା ମହାପ୍ରଭୁ ଓ ଶ୍ରୀମନ୍ଦିରର ସୁରକ୍ଷା କରୁଥିଲେ ଏହିଭଳି ବାହୁବଳୀ ସେବାୟତ ଆଉ ସେଥିପାଇଁ ପୁରୀରେ ଜାଗା ଆଖଡା ପରମ୍ପରା ରହିଆସିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/07/13-12.jpg)