ପୁରୀ ରଥଯାତ୍ରା ସମୟରେ ସାମନାକୁ ଆସିଲା ବାହୁବଳୀ ସେବାୟତଙ୍କ ରଥଟଣା : ସୋସିଆଲ ମିଡିଆରେ ଭାଇରାଲ ହେଲା ଅନୀଲ ଗୋଛିକାରଙ୍କ ଫଟୋ । ୭ ଥର ହୋଇଛନ୍ତି ମିଷ୍ଟର ଓଡିଶା, ଥରେ ମିଷ୍ଟର ଇଣ୍ଡିଆ

3,178

କନକ ବ୍ୟୁରୋ : ବାହୁବଳୀ ସେବାୟତଙ୍କ ରଥଟଣା । ଚଳିତବର୍ଷ କରୋନା କଟକଣା ଭିତରେ ବିନା ଭକ୍ତରେ ହେଉଛି ଘୋଷଯାତ୍ରା । ଆଉ ଗତକାଲି ସେବାୟତ ଓ ସୁରକ୍ଷାକର୍ମୀ ରଥକୁ ଟାଣି ଶରଧାବାଲିକୁ ନେଇଛନ୍ତି । ଏହି ସମୟରେ ଦେଖିବାକୁ ମିଳିଥିଲା ଅପୂର୍ବ ଦୃଶ୍ୟ । ରଥଟଣା ସମୟରେ ସେବାୟତଙ୍କ ସହ ରଥଟଣାରେ ସାମିଲ ହୋଇଥିଲେ ପୂର୍ବତନ ମିଷ୍ଟର ଇଣ୍ଡିଆ ଅନୀଲ ଗୋଛିକାର । ଅନୀଲ ଗୋଛିକାର ଗତକାଲିର ରଥଟଣା ସମୟରେ ରଥ ଟାଣୁଥିବା ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଅନୀଲ ବଡି ବିଲଡିଂରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜର ଦମ ଦେଖାଇସାରିଛନ୍ତି । ଜାତୀୟ ଚାମ୍ପିଅନସିପରେ ସେ ସ୍ୱର୍ଣ୍ଣ ଓ ରୌପ୍ୟପଦକ ପାଇଛନ୍ତି । ୨୦୧୬ରେ ଦୁବାଇରେ ଆୟୋଜିତ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସେ ସ୍ୱର୍ଣ୍ଣ ଜିତିଥିଲେ । ଅନୀଲ ଗୋଚ୍ଛିକାର ଅନେକ ଥରେ ମିଷ୍ଟର ଓଡିଶା ଉପାଧି ବି ପାଇଛନ୍ତି ।

ସେବାୟତ ପରିବାରରେ ଜନ୍ମ ଗ୍ରହଣ କରିଥିବା ଅନୀଲ କେବଳ ପୁରୀ ସେବାୟତଙ୍କ ପାଇଁ ନୁହେଁ, ବରଂ ଓଡ଼ିଶା ଓ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ୫ମ ଥର ମିଷ୍ଟର ଓଡ଼ିଶା ହୋଇ ପୁଣି ଥରେ ସେ ଚର୍ଚ୍ଚାକୁ ଆସିଛନ୍ତି । ସେବାୟତ ପରିବାର ହେଲେ ବି ପିଲାଟି ବେଳୁ ସେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ଥିଲେ । ପୁରୀର ଜଗାଘର ପରମ୍ପରା ସହ ପ୍ରଥମେ ଜଡ଼ିତ ଥିଲେ ମଧ୍ୟ ପରେ ଜିମ୍‌ ଯିବା ଆରମ୍ଭ କରିଥିଲେ । କାଳକ୍ରମେ ସେ ନିଜର ଏକ ଜିମ୍‌ ତିଆରି କରିଥିଲେ । ୨୦୧୨ ମସିହାରେ ତାଙ୍କୁ ବଡ଼ ସଫଳତା ମିଳିଥିଲା । ମିଷ୍ଟର ଓଡ଼ିଶା ୫୦ ତମ ବରିଷ୍ଠ ରାଜ୍ୟ ସୁନ୍ଦରସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ସେ ସ୍ୱର୍ଣ୍ଣ ପଦକ ଜିତି ମିଷ୍ଟର ଓଡ଼ିଶା ଆଖ୍ୟା ପାଇଥିଲେ । ଏହା ପରେ ୫ ବର୍ଷ ଧରି ସେ ଆଉ ପଛକୁ ଚାହିଁ ନାହାନ୍ତି । ଏହି ବର୍ଷ ଫେଡ଼େରେସନ କପ୍‌ରେ ରୌପ୍ୟ ପଦକ ପାଇଥିବା ବେଳେ ୱାର୍ଲଡ ବଡିବିଲ୍‌ଡିଂ ଆଣ୍ଡ ଫିଜିକ୍‌ ଫେଡେରେସନରେ ୨୦୧୪ ମସିହାରେ ବ୍ରୋଞ୍ଜ ପଦକ ପାଇଥିଲେ । ୨୦୧୬ ମସିହାରେ ମିଷ୍ଟର ଇଣ୍ଟରନ୍ୟାସନାଲ ଇଣ୍ଡିଆନ୍‌ରେ ସ୍ୱର୍ଣ୍ଣ ପଦକ ପାଇ ମୁକୁଟ ହାସଲ କରିଥିବା ବେଳେ ଗୋଆର ଏହି ସଫଳତା ତାଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛି ।