ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଜାମିନ୍ ପାଇଁ କଲେ ଆବେଦନ

Advertisment
ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡିନମ୍ବର ବଦଳିବା ମାମଲା: ଜଗଦ୍ଦେବଙ୍କ ନାଁରେ ହେବ ଜାଲିଆତି ମାମଲା ।

କନକ ବ୍ୟୁରୋ : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାର ଖବର ମିଳିଛି । ବାଲୁଗାଁ ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ଼ ମାମଲାରେ ନିମ୍ନ ଅଦାଲତରେ ତାଙ୍କର ଜାମିନ ଖାରଜ ହୋଇଥିବାରୁ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଯାଇଥିବା ଜଣାଯାଇଛି । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ ହେବା ପରେ ତଳ କୋର୍ଟରେ ପ୍ରଶାନ୍ତ ଆତ୍ମସମର୍ପଣ କରିଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାନ୍ତ ଆତ୍ମସମର୍ପଣ କରିଥିଲେ । ତାଙ୍କ ଉପରେ ଲାଗିଛି ଏସସିଏସଟି ଆଇନ ଓ ଅପରାଧର ସଙ୍ଗୀନ ଦଫା ।

ସୂଚନାଯୋଗ୍ୟ, ଦୀର୍ଘ ଏକ ମାସ ଧରି ଫେରାର ଥିଲେ ବିଧାୟକ। ବାଲୁଗାଁ ଏନଏସି ଅଫିସରେ ବିଜେପି ନେତାଙ୍କୁ ମାଡ଼ ମାରିବା ଦୃଶ୍ୟ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ବିଜେଡି ସୁପ୍ରିମୋ, ଏବଂ ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରୁ ମଧ୍ୟ ହଟାଯାଇଛି। ମାଡ଼ ମାରିବା ନେଇ ପ୍ରଶାନ୍ତଙ୍କ ବିରୋଧରେ ଥାନାରେ ଅଭିଯୋଗ ବି ହୋଇଥିଲା। ସେବେଠାରୁ ବିଧାୟକଙ୍କୁ ଧରିବା ନେଇ ପୁଲିସ ଚାଲିଆଡ଼େ ଚଢାଉ ଜାରି ରଖିଥିଲା । ଏହି ଘଟଣା ପରଠୁ ଫେରାର ଥିଲେ ବିଧାୟକ। ଏପିରିକି ପ୍ରଶାନ୍ତଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe