ଭିଜିଲାନ୍ସ ଜାଲରେ କୋଟିପତି ଜେଇ ! ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଗୁଣୁପୁର ଆଇଟିଡିଏ ଜେଇ ଗଗନ ପତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଘରୁ ମିଳିଲା ପୁଳା ପୁଳା ଟଙ୍କା

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଆଇଟିଡିଏ ଜେଇ । ଗୁଣୁପୁର ଆଇଟିଡିଏର ଜେଇ ଗଗନ ବିହାରୀ ପତିଙ୍କ ଘରେ ଭିଜିଲାନ୍ସ ରେଡ କରିଛି । ଆୟ ବହିର୍ଭୂତ ସମ୍ପତିଠୁଳ ଅଭିଯୋଗରେ ରେଡ କରିଛି ଭିଜିଲାନ୍ସ । ଏକକାଳିନ ୫ଟି ସ୍ଥାନରେ ରେଡ୍ କରୁଛି ଟିମ୍ । ବ୍ରହ୍ମପୁରର ୩ଟି ସ୍ଥାନ ସମେତ ମୁନିଗୁଡା, ଗୁଣୁପୁର ଅଫିସରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । ଏବେ ବି ଚଢ଼ାଉ ଜାରି ରହିଛି ।

publive-image

ମିଳିଥିବା ସୂଚନା ଅନୁଯାୟୀ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ନେଇ ରାୟଗଡ଼ା ଜିଲ୍ଲା ଗୁଣୁପୁରସ୍ଥିତ ଆଇଟିଡିଏ ଅଫିସରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଗଗନ ପତିଙ୍କ ନାମରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଭିତ୍ତିରେ ଆଜି ବ୍ରହ୍ମପୁର ଭିଜିଲାନ୍ସ ଏସ୍ପି କାର‌୍ୟ୍ୟାଳୟ ପକ୍ଷରୁ ୫ଟି ଟିମ୍ ଏକକାଳୀନ ଶ୍ରୀ ପତିଙ୍କ ଗୁଣୁପୁରସ୍ଥିତ ଅଫିସ,ମୁନିଗୁଡ଼ାସ୍ଥିତ ସରକାରୀ ବାସଭବନ, ବ୍ରହ୍ମପୁର ସିଦ୍ଧାର୍ଥ ନଗରରେ ଥିବା ୩ ମହଲା ବିଶିଷ୍ଟ କୋଠା, ବ୍ରହ୍ମପୁର କୋ-ଅପରେଟିଭ କଲୋନିସ୍ଥିତ ପୈତୃକ ଘର ଓ ରାଉତପେଟା ଠାରେ ଥିବା ଶ୍ୱଶୁର ଘରେ ଏକ କାଳୀନ ଚଢ଼ାଉ ଚାଲିଛି। ଚଢ଼ାଉ ବେଳେ ଶ୍ରୀ ପତିଙ୍କ ଠାରୁ ଲକ୍ଷଲକ୍ଷ ନଗଦ ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe