କନକ ବ୍ୟୁରୋ : କଳାହାଣ୍ଡିର ମେଲଘରାରୁ ବାହାରିନ୍। ଦାନ ମାଝୀଙ୍କ ଦୁଃଖ ଏବେ ପହଂଚିଛି ବାହାରିନରେ। ପ୍ରଧାନମନ୍ତ୍ରୀ ପ୍ରିନ୍ସ ଖଲିଫା ବିନ୍ ସଲମାନ୍ ଅଲ୍ ଖଲିଫା ଦାନ ମାଝିଙ୍କୁ ଦେଇଛନ୍ତି ଆର୍ଥିକ ସହାୟତା। “ଗଲ୍ଫ ନ୍ୟୁଜ୍’ର ଏକ ସଂସ୍କରଣରେ ଗତକାଲି ଏହି ଖବର ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀ ଖଲିଫା ବିଚଳିତ ହୋଇପଡ଼ିଥିବା ଆଜି ପ୍ରକାଶ କରିଛି ଏହି ଖବରକାଗଜ ।
ଓଡ଼ିଶାର କଳାହାଣ୍ଡିରେ ଜଣେ ମଣିଷ ତା ସ୍ତ୍ରୀ ପାଇଁ ଆମ୍ବୁଲାନ୍ସ ଯୋଗାଇ ନ ପାରି ସ୍ତ୍ରୀର ଶବକୁ କାନ୍ଧରେ ବୋହି ନେବା ଘଟଣାରେ ବିଚଳିତ ହୋଇପଡ଼ିଥିଲେ ଖଲିଫା। “ଗଲ୍ଫ ନ୍ୟୁଜ୍’ ଲେଖିଛି- ଦାନ ମାଝୀ ପାଇଁ କେମିତି ତୁରନ୍ତ କିଛି ସହାୟତା ପଠାଇ ହେବ ସେ ନେଇ ଚିନ୍ତା କରିଥିଲେ ଖଲିଫା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭାରତରେ ଥିବା ବାହାରିନର ଦୂତାବାସକୁ ତୁରନ୍ତ ଯୋଗାଯୋଗ କରିଛନ୍ତି।
ମାନବିକତା ଦୃଷ୍ଟିକୋଣରୁ ଖୁବ୍ ଶୀଘ୍ର ଦାନ ମାଝୀ ଓ ତାର ପରିବାର ପାଖରେ କିଛି ସହାୟତା ପଂହଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଖଲିଫା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/08/vlcsnap-2016-08-28-20h37m44s717.png)