କନକ ବ୍ୟୁରୋ : ମାସେ ପରେ ଜଳିଲା ଜୁଇ । ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ରାଜକନିକାର ପୁରୁଷୋତମ ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଦୀର୍ଘ ମାସେ ପରେ ଶେଷରେ ତାଙ୍କର ଜୁଇ ଜଳିଛି । ଡିଏନଏ ରିପୋର୍ଟ ଆସିବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲେ ଏମ୍ସ କର୍ତୃପକ୍ଷ । ଏହାପରେ ନିଜ ଜନ୍ମାଟିରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ତାଙ୍କ ଘର କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ଏନ୍ଦୁଳାପୁର ଗାଁରେ । ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ ପୁରୁଷୋତମ ।

Advertisment

ଘରେ ତାଙ୍କର ୮୦ ବର୍ଷର ବୁଢ଼ାବାପା, ସ୍ତ୍ରୀ, ପୁଅ ଓ ଝିଅ ଅଛନ୍ତି । କିଛି ରୋଜଗାର କରିବା ଆଶାରେ କାମ କରିବା ପାଇଁ କଲିକତାଯାଉଥିଲେ ପୁରୁଷୋତମ । ଆଉ ଟ୍ରେନ୍ ଦୁର୍ଘଟଣାରେ ସବୁଦିନ ପାଇଁ ଆଖିବୁଜି ଦେଇଥିଲେ ପୁରୁଷୋତମ । ଏବେ ତାଙ୍କର ମୃତ୍ୟୁ ତାଙ୍କ ପରିବାର ସମ୍ପୂଣ୍ଣ ବେସାହାରା ହୋଇପଡ଼ିଛନ୍ତି । କାନ୍ଦି କାନ୍ଦି ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନାହିଁ । ଦୁର୍ଘଟଣାରେ ନିଜର ଲୋକଙ୍କୁ ହରାଇବା ଦୁଃଖ ଠାରୁ ତାଙ୍କ ମୃତଦେହକୁ ମାସେ ପର୍ଯ୍ୟନ୍ତ ଅପେକ୍ଷା କରିବା ଆହୁରି କଷ୍ଟକର ହୋଇପଡ଼ିଥିଲା ।