ଭରତପୁର ଶ୍ମଶାନରେ ଜଳିଲା ୨୮ ଅପରିଚିତଙ୍କ ଶବ : ଶବଦାହ କଲେ ଝିଅ; ଅନୁଭୂତି କହିଲେ, ପ୍ରଦୀପ ସେବା ଟ୍ରଷ୍ଟର ସମ୍ପାଦିକା ମଧୁସ୍ମିତା

ଭରତପୁର ଶ୍ମଶାନରେ ଜଳିଲା ୨୮ ଅପରିଚିତଙ୍କ ଶବ : ଶବଦାହ କଲେ ଝିଅ; ଅନୁଭୂତି କହିଲେ, ପ୍ରଦୀପ ସେବା ଟ୍ରଷ୍ଟର ସମ୍ପାଦିକା ମଧୁସ୍ମିତା

କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୮ଟି ଅଚିହ୍ନା ମୃତଦେହର ଅନ୍ତିମ ସଂସ୍କାର ହୋଇଛି । ସାଢେ ୪ ମାସ ଧରି କଣ୍ଟେନରରେ ବରଫ ଭିତରେ ରହିଥିବା ମୃତଦେହ ଗୁଡିକୁ ପୋଡିବା ପାଇଁ ୩ରୁ ୪ ଘଣ୍ଟା ସମୟ ଲାଗିଥିଲା । ପରିଚୟ ଖୋଜୁଥିବା ଶବର କେହି ନଥିବା ବେଳେ ପ୍ରଦୀପ ସେବା ଟ୍ରେଷ୍ଟର ସଦସ୍ୟ କରିଛନ୍ତି ଅନ୍ତିମ ସଂସ୍କାର ।

ଅନୁଷ୍ଠାନର ୫ ଜଣ ମହିଳା ସଦସ୍ୟ ଏଥିରେ ନିୟୋଜିତ ହୋଇଥିଲେ । ରାତି ସାରା ଶ୍ମଶାନରେ ରହି ଅନ୍ତିମ ସଂସ୍କାର କରିଥିଲେ । ୧୨ ଘଣ୍ଟାର ଏହି କାମ କରିଥିଲେ ମହିଳାମାନେ । ସେହି ସମୟର ଅନୁଭୂତି କହିଛନ୍ତି, ପ୍ରଦୀପ ସେବା ଟ୍ରେଷ୍ଟର ସମ୍ପାଦିକା ତଥା ଭରତପୁର ଶ୍ମଶାନ ପରିଚାଳିକା ମଧୁସ୍ମିତା ପୃଷ୍ଟି । କେମିତି ମରଶରୀରକୁ ଟେକି ଜୁଇରେ ରଖାଯିବ ଓ ମୁଖାଗ୍ନି ଦେଇ କିପରି ଭଲରେ ପୋଡିବ, ତାହା ହିଁ ମୁଣ୍ଡରେ ଚାଲୁଥିବା କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe